ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଘୋଷଣା ହେଲା ରାଷ୍ଟ୍ରପତି ପୁରସ୍କାର । ପୁରସ୍କୃତ ହେବେ ଓଡ଼ିଶାର ୧୯ ପୋଲିସ ।ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିବାରୁ ହେବେ ସମ୍ମାନିତ । ନିଜର ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ପାଇବେ ରାଷ୍ଟ୍ରପତି ପୁରସ୍କାର । ସୁପରିଟେଣ୍ଡେଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ରାଷ୍ଚ୍ରପତି ପୁରସ୍କାର ପାଇଁ ମନୋନୀତ ହେଇଛନ୍ତି । ଆଉ ୬ ଜଣ ପୋଲିସ କର୍ମଚାରୀ ସାହସିକତା ପୁରସ୍କାର ପାଇବେ । ଏସ୍‌ଆଇ ଗିରିଶ ଚନ୍ଦ୍ର ମାଝି, ହାବିଲଦାର ପବିତ୍ର କୁମାର ସାହୁ ଏବଂ ହାବିଲଦାର ଉମେଶ ମୁଣ୍ଡା, କନେଷ୍ଟବଳ ପୀତାମ୍ବର ସତନାମି, କବି ଚନ୍ଦ୍ର ରାଉତ, ସୁଶାନ୍ତ କୁମାର ସାଗର ନିଜ ନିଜର ସାହସିକତା ପାଇଁ ପୁରସ୍କୃତ ହେବେ ।

ସେହିଭଳି ନିଜର ପ୍ରସଂଶନୀୟ କାର୍ୟ୍ୟ ପାଇଁ ୧୧ ଜଣ ପୋଲିସଙ୍କୁ ମିଳିବ ପୁରସ୍କାର । ସେମାନେ ହେଉଛନ୍ତି, କନଷ୍ଟେବଲ ପରିତୋଷ ମଣ୍ଡଲ, ଏସ୍‌ଆଇ ଏସ୍‌କେ ଆବଦୁଲ ଫୟଜ୍‌, କଲଷ୍ଟେବଲ ମହମ୍ମଦ ତୋସିଫ ରବାନି, ଏଏସ୍‌ଆଇ ସରତ ଚନ୍ଦ୍ର ବେହେରା, କନଷ୍ଟେବଲ ତ୍ରିଲୋଚନ ବୁଦ୍ଧିଆ, ଏସ୍‌ଆଇ ତେଜ୍‌ ବାହାଦୂର୍‌ ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ହାବିଲଦାର ଜୟନ୍ତୀ ସୁନା , ହାବିଲଦାର ମନୋଜ କୁମାର ଜେନା, କଲଷ୍ଟେବଲ ନରେଶ କୁମାର ଚୌଧୁରୀ, ହାବିଲଦାର ଦେବ ପ୍ରସାଦ ମହାନ୍ତି ।

ସେହିପରି ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩ ଜଣ, ଆସାମରୁ ୧୫ ଜଣ, ବିହାରରୁ ୯ ଜଣ, ଛତିଶଗଡ଼ରୁ ୨୨ ଜଣ , ଦିଲ୍ଲୀରୁ ୨୦ ଜଣ, ଗୋଆରୁ ଜଣେ, ଗୁଜରାଟରୁ ୧୧ ଜଣ, ହରିୟାଣାରୁ ୯ ଜଣ, ଝାଡଖଣ୍ଡ ୧୨ ଜଣ, କର୍ଣ୍ଣାଟକରୁ ୨୧ ଜଣ, କେରଳରୁ ୧୧ ଜଣ, ମଧ୍ୟପ୍ରଦେଶରୁ ୨୧ ଜଣ ପୁରସ୍କୃତ ହେବେ । ମହାରାଷ୍ଟ୍ରରୁ ୪୩ ଜଣ, ମଣିପୁରରୁ ୮ ଜଣ, ମେଘାଳୟରୁ ୩ ଜଣ, ମିଜୋରାମ୍‌ରୁ ୪ ଜଣ, ନାଗାଲାଣ୍ଡରୁ ୪ ଜଣ, ପଞ୍ଜାବ ୧୭ ଜଣ, ରାଜସ୍ଥାନରୁ ୧୭ ଜଣ, ସିକ୍କିମରୁ ୨ ଜଣ, ତାମିଲନାଡୁରୁ ୨୩ ଜଣ, ତେଲେଙ୍ଗାନାରୁ ୧୪ ଜଣ, ତ୍ରିପୁରାରୁ ୭ ଜଣ, ଉତ୍ତରପ୍ରଦେଶରୁ ୯୫ ଜଣ, ଉତ୍ତରାଖଣ୍ଡରୁ ୫ ଜଣ, ପଶ୍ଚିମବଙ୍ଗରୁ ୨୨ ଜଣ ପୋଲିସ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ପୋଲିସ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

  • Related Posts

    ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା

    ନୂଆଦିଲ୍ଲୀ : ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା। ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ…

    Continue reading
    ଶପଥ ଗ୍ରହଣ କଲେ ନୀତିଶ କୁମାର

    ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂହ, ରାଜ୍ୟସଭା ସାଂସଦ ସଞ୍ଜୟ ଝା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ