ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ସାରର କଳାବଜାରୀ ସହିତ ସରକାରୀ ଦାମଠୁ ଅଧିକ ଦାମରେ ବିକ୍ରି ହେବାକୁ ନେଇ ବିଜେପି ଦାୟୀ କରିବା ସହିତ ଏନେଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।ସେ କହିଛନ୍ତି, ସାରର କଳାବଜାରୀ ହେଉଛି, ସରକାରୀ ଦରଠୁ ଅଧିକ ଦରରେ ବିକ୍ରି ହେଉଛି। ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ଦାୟୀ କରୁଛନ୍ତି ସମବାୟ ମନ୍ତ୍ରୀ। ତେବେ କଟା ଘା’ରେ ଚୁନ ମାରିବା ଭଳି କଥା କହୁଛନ୍ତି କୃଷି ମନ୍ତ୍ରୀ। ସମବାୟ ବିଭାଗ ଓ କୃଷି ବିଭାଗ ଭିତରେ ଭିତରେ ଲଢେଇ ଚାଲିଛି ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।ଏହାସହ ସାର ପାଇଁ ବିଗତ ଦିନରେ ଚାଷୀ କେବେ ରାଜରାସ୍ତାକୁ ଆସି ନଥିଲେ । ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖି ବାସ୍ତବ ଚିତ୍ର ସାମ୍ନାକୁ ଆଣିବା ପରେ ସରକାର ଚେତିଛନ୍ତି। ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି। ସରକାର କହୁଛନ୍ତି କିଛି ସମସ୍ୟା ନାହିଁ,ଯଦି କିଛି ସମସ୍ୟା ନାହିଁ, କି ଦୁର୍ନୀତି ନାହିଁ ଚାଷୀ କାହିଁକି ଆନ୍ଦୋଳନକୁ ଓହ୍ଲାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରନ୍ତୁ, ନଚେତ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।

  • Related Posts

    ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା

    ଭୁବନେଶ୍ବର:ରାଜ୍ୟ ସରକାର ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ତାଲିକାରେ ଚାରିଜଣ ରାଜ୍ୟମନ୍ତ୍ରୀ- ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବିୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳଜିଲ୍ଲା ନିମେନ୍ତ…

    Continue reading
    ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ

    ଭୁବନେଶ୍ୱର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ରୁ ୨୦୩୬ – ଆଗାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ