ସାଲେପୁର ବିଧାୟକଙ୍କ କ୍ୱାର୍ଟର୍ସରେ ପ୍ରତାପ ଜେନା: ରଦ୍ଦ ହେବକି ଆବଂଟନ

ସାଲେପୁରର ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଭୁବନେଶ୍ୱରର ୟୁନିଟ-୬ ଅଂଚଳରେ ଆବଂଟିତ ହୋଇଥିବା କ୍ୱାର୍ଟର୍ସକୁ ସେ ନିଜେ ବ୍ୟବହାର ନକରି ବେଆଇନ ଭାବେ ଜଣେ ଅଣବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ରହିବାକୁ ଦେଇଛନ୍ତି। ତେବେ କେଉଁ ଅଧିକାର ବଳରେ ଶ୍ରୀ ଜେନା ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଯଦିଓ ସରକାରୀ କ୍ୱାର୍ଟସକୁ ଏଭଳି ସବଲେଟ୍ ବା ଭଡ଼ାରେ ଲଗାଇବା ଓଡ଼ିଶା ସରକାରଙ୍କ ‘ଦ ସ୍ପେଶାଲ ଆକମୋଡେସନ୍ ରୁଲସ-୧୯୫୯’ ଓ ‘ଓଡ଼ିଶା ବିଧାନସଭା ରୁଲସ’ର ଖୋଲାଖୋଲି ଉଲ୍ଲଘଂନ।ଏପଟେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆବଂଟିତ ସେହି ଭିଆଇଆର-୫ କ୍ୱାର୍ଟର୍ସ ସମ୍ମୁଖରେ ବିଜେଡିରୁ ନିଲମ୍ବିତ ଛାତ୍ର ଓ ଯୁବନେତାଙ୍କ ସମେତ ୧୪ରୁ ୧୫ଜଣ ହୋ-ହାଲ୍ଲା କରିବା ସହ ବାଣ ଫୁଟାଇ ସେଲିବ୍ରେସନ କରିବା ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବିଜେଡି ମଧ୍ୟ ପ୍ରଶାନ୍ତଙ୍କ ଏହି କ୍ୱାର୍ଟର୍ସ ସମ୍ମୁଖରେ ହୋଇଥିବା ଘଟଣାକୁ ନେଇ ଦିନତମାମ ବୟାନବାଜି କରିଛି। ମାତ୍ର ପ୍ରତାପ ଜେନା କିଭଳି ସେହି ଘରେ ବେଆଇନ ଭାବେ ରହୁଥିଲେ ତାକୁ ନେଇ ଦଳ ମୁହଁ ଖୋଲିନାହିଁ।
ରାଜ୍ୟ ସରକାରଙ୍କ ‘କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ’ର ତଥ୍ୟ ଅନୁସାରେ ୨୦୨୪ ଜୁଲାଇ ୧୬ତାରିଖରେ ୬ନମ୍ବର ଅଂଚଳର ଭିଆଇଆର-୫ କ୍ୱାର୍ଟର୍ସ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଆବଂଟନ ହୋଇଥିଲା। ସେ ୨୦୨୫ ଜାନୁୟାରୀ ୨୪ରୁ ଏହି ବାସଭବନକୁ ନିଜ ଦଖଲରେ ରଖିଥିବା ରେକର୍ଡରେ ଉଲ୍ଲେଖ ରହିଛି।
ସରକାରୀ ବାସଭବନ ଆବଂଟନ ପାଇଁ ଥିବା ନିୟମ ଅନୁସାରେ ଜଣେ ବିଧାୟକଙ୍କୁ ମିଳିଥିବା କ୍ୱାର୍ଟର୍ସ କେବଳ ତାଙ୍କର ଓ ତାଙ୍କ ପରିବାରର ରହଣି ପାଇଁ ଉଦ୍ଦିଷ୍ଟ। ସେ ନିଜ ପରିବାର ବ୍ୟତୀତ ଅନ୍ୟ କୌଣସି ବାହାର ବ୍ୟକ୍ତି ଅବା ଅଣବିଧାୟକଙ୍କୁ ସରକାରଙ୍କ ବିନା ଅନୁମତିରେ ରଖିପାରିବେ ନାହିଁ। ଯଦି ଏପରି ହୁଏ ତା’ହେଲେ ଇଷ୍ଟେଟ ନିର୍ଦ୍ଦେଶକ ତାଙ୍କର ସେହି ଆବଂଟନକୁ ତୁରନ୍ତ ବାତିଲ କରିବାକୁ କ୍ଷମତାପ୍ରାପ୍ତ। ବେଆଇନ ରହଣି ଧରାପଡ଼ିଲେ ବା ସବଲେଟ୍ ହୋଇଥିଲେ ସାଧାରଣ ଘରଭଡ଼ା ବଦଳରେ ଜୋରିମାନା ବାବଦରେ ତାଙ୍କର ଲାଇସେନ୍ସ ଫି’ର ୫ରୁ ୫୦ଗୁଣ ପର୍ୟ୍ୟନ୍ତ ଆଦାୟ କରାଯାଇପାରିବ।
ଜଣେ ଜନପ୍ରତିନିଧି ଭାବେ ସରକାରୀ ସମ୍ପତ୍ତିର ଅପବ୍ୟବହାର କରିବା ‘ମିସକଣ୍ଡକ୍ଟ’ ଶ୍ରେଣୀଭୁକ୍ତ ହୋଇଥିବାବେଳେ ‘ହାଉସ କମିଟି ଅନ୍ ଆକମୋଡେସନ’ ଏହାର ତଦନ୍ତ କରି ବାଚସ୍ପତିଙ୍କୁ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ ମଧ୍ୟ କରିପାରିବେ। ଏପରିକି ‘ଓଡ଼ିଶା ପବ୍ଲିକ ପ୍ରିମିସେସ୍ ଆକ୍ଟ ଅନୁସାରେ ବଳପୂର୍ବକ ଉଚ୍ଛେଦ କରିବାର ମଧ୍ୟ ପ୍ରାବଧାନ ରହିଛି।

ଏପଟେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ପ୍ରତାପ ଜେନା ଏବେ ବିଧାୟକ ନାହାନ୍ତି। କିମ୍ବା ସରକାରୀ ନିୟମ ଅନୁସାରେ ସେ କୌଣସି ବିଧାୟକ କ୍ୱାର୍ଟର୍ସରେ ରହିବା ଯୋଗ୍ୟ ନୁହଁନ୍ତି। ସେ କିଭଳି ସେଠାରେ ରହୁଛନ୍ତି ତା’ର ନିରପେକ୍ଷ ଓ ଯଥାର୍ଥ ତଦନ୍ତ ହେବାର ଆବଶ୍ୟକତା ରହିଛି। ଏଠି ମୋହନ ମାଝୀଙ୍କ ସରକାର ଚାଲିଛି। ତଦନ୍ତ ନିଶ୍ଚୟ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ତେବେ ସରକାରୀ ସମ୍ପତ୍ତିର ଏଭଳି ଅପବ୍ୟବହାର କରିଥିବା ସାଲେପୁର ବିଧାୟକ ଶ୍ରୀ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ବିଜେଡି ବିଧାୟକଙ୍କ ସବଲେଟରେ ଦେଇଥିବା କ୍ୱାର୍ଟର୍ସ ଆବଂଟନକୁ ରଦ୍ଦ ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ଜୋର ଧରିଛି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ