ସିଜିମାଳୀ ସମସ୍ୟା: ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

ଭୁବନେଶ୍ୱର : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡା ଓ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । ପ୍ରତିନିଧି ଦଳର ଅଧ୍ୟକ୍ଷ କୋରାପୁଟ ସାଂସଦ ତଥା ଉତ୍ତର ପୂର୍ବାଞ୍ଚଳର ରାଜ୍ୟ ସମୂହର ଏଆଇସିସି ପ୍ରଭାରୀ ସପ୍ତଗିରି ଉଲ୍ଲାକା ଓ ସହ-ଅଧ୍ୟକ୍ଷ ପୂର୍ବତନମନ୍ତ୍ରୀ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପିସିସି ଉପସଭାପତି ତଥା ବିଧାୟକ ତାରାପ୍ରସାଦ ବାହିନିପତି, ଜିଲ୍ଲାର ବିଧାୟକବୃନ୍ଦ, ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନିପତୀ, ସଂପୃକ୍ତ ଜିଲ୍ଲା ଗୁଡିକର ଡିସିସି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ପୁଲିସ ଦମନଲୀଳାର ତୀବ୍ର ନିନ୍ଦା କରିଥିଲେ ।
ଉପସ୍ଥିତ ଗଣମାଧ୍ୟମକୁ ନିଜ ବିବୃତ୍ତିରେ ସାଂସଦ ସପ୍ତଗିରି ଉଲ୍ଲାକା କହିଲେ, ଆମେ ଜାଣିବାକୁ ପାଇଲୁ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ନିଜ ପଟ୍ଟା ଦେଖାଅ ବୋଲି କହିଲେ ଏବଂ ଯଦି ନଥିବ ଆମେ ଦେଖିନେବୁ ବୋଲି କହିଲେ । ରାତି ୩ ଟା ପୁଲିସ ସଦଳବଳେ ଗାଁକୁ ପହଂଚିଥିଲା । ଗ୍ରାଉଣ୍ଡ ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ୮ଟା ଗ୍ରାମସଭା ହୋଇଛି ଯାହା ଲୋକମାନେ ଚାହୁଁନଥିଲେ । ନିୟମଗିରୀରେ ଯେଭଳି କୋର୍ଟଙ୍କ ତତ୍ତ୍ୱାବଧାନରେ ହୋଇଥିଲା, ସେଭଳି ହୋଇନି । ଅନ୍ୟଏକ ବିଷୟ ହେଲା ଜଳ, ଜଙ୍ଗଲ, ଜମି ଉପରେ ଆଦିବାସୀଙ୍କ ଆଇନ ଅନୁଯାୟୀ ଅଧିକାର ଦେବା କଥା ଏବଂ ପଟ୍ଟା ଯୋଗାଇବା କଥା ଯାହା ଏପର୍ଯ୍ୟନ୍ତ କୁହାଯାଇନାହିଁ । ଯେଉଁମାନଙ୍କୁ ବିନା ଦୋଷରେ ଗିରଫ କରାଯାଇଛି ତାଙ୍କୁ ମୁକ୍ତ କରାଯାଇ ଏଭଳି ଏକ ସୁସ୍ଥ ବାତାବରଣ ସୃଷ୍ଟି କରାଯାଉ ଯେଭଳି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ସମ୍ବିଧାନ ଅନୁସାରେ ଗ୍ରାମ ସଭା ମାଧ୍ୟମରେ ଖଣିଖାଦାନ କରିବାକୁ ଅନୁମତି ଦିଆଯାଏ । ଏହା ଗ୍ରାମବାସୀଙ୍କ ମୌଳିକ ଅଧିକାର । ଏ ବିଷୟରେ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କ ମାଧ୍ୟମରେ ମାନନୀୟ ବିରୋଧିଦଳର ନେତା ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯିବ ।
ନିଜ ବିବୃତ୍ତିରେ ପିସିସି ଉପସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନିପତି କହିଲେ ଏହି ଅଂଚଳରେ ବିଭିନ୍ନ ଜାଗାରେ ଯେତେବେଳେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ହୋଇଛି ଆମ ନେତା ରାହୁଲ ଗାନ୍ଧୀ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଛନ୍ତି । ଆଜି ରାହୁଲ ଗାନ୍ଧୀ ଏବଂ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କୋରାଫୁଟ ସାଂସଦ, ରାୟଗଡା ବିଧାୟକ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ଆମେ ପରିଦର୍ଶନରେ ଆସିଛୁ । ମହିଳାମାନଙ୍କୁ ପୁଲିସର ଦମନଲୀଳା ଓ ଅତ୍ୟାଚାରର କୋହଭରା କାହାଣୀ ଆଖିଆଗରେ ଶୁଣିଲୁ । ସେମାନଙ୍କୁ ମାଡ ମରାଯାଇଛି, ନୀରିହ ଆଦିବାସୀଙ୍କୁ ମିଥ୍ୟା କେସ୍‌ରେ ଜେଲରେ ଭରାଯାଇଛି ଯାହା ସଂପୂର୍ଣ୍ଣ ଅନ୍ୟାୟ । ଆମେ ଏହି ଅମାନବୀୟ ଘଟଣା ବିଷୟରେ ବିଧାନସଭାରେ ପ୍ରଶ୍ନ କରିବୁ ଏବଂ ମାନନୀୟ ସାଂସଦ ଲୋକସଭାରେ ଉଠାଇବେ । ଆଗକୁ ଦରକାର ପଡିଲେ ଆଦିବାସୀମାନଙ୍କ ସୁରକ୍ଷା ପାଇଁ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଆସିପାରନ୍ତି ବୋଲି ଶ୍ରୀ ବାହିନିପତୀ ସୂଚନା ଦେଇଥିଲେ ।
ଉକ୍ତ ପ୍ରତିନିଧିଦଳର ସହ ଅଧ୍ୟକ୍ଷ ଶ୍ରୀ ରାଉତରାୟ, କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ କାଡାମ୍ ରାୟଗଡା ବିଧାୟକ କାଡ୍ରାକା ଆପାଲାସ୍ୱାମୀ, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନିପତୀ, ଉପସ୍ଥିତ ବିଧାୟକବୃନ୍ଦ ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ କମ୍ପାନୀଙ୍କ ସ୍ୱାର୍ଥ ପାଇଁ ପୁଲିସର ଆଦିବାସୀଙ୍କ ଉପରେ ନିଷ୍ଠୁର ଅତ୍ୟାଚାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଦାବି ଜଣାଇବା ସହ କଂଗ୍ରେସ ଆଦିବାସୀଙ୍କ ସମସ୍ତ ସୁଖ ଦୁଃଖରେ ସବୁବେଳେ ସାମିଲ ଅଛି ଓ ରହିବ ବୋଲି ଦୃଢ଼ତାର ସହିତ ପ୍ରକାଶ କରିଥିଲେ ।
ପ୍ରଭାବିତ ଅଂଚଳ ପରିଦର୍ଶନ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସତ୍ୟଜିତ୍ ଗମାଙ୍ଗ, ବିଧାୟକ ପବିତ୍ର ସାଉଁଟା, ବିଧାୟକ ମଙ୍ଗୁଖିଲ, ବିଧାୟକ ନିଳମାଧବ ହିକ୍କକା, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ମହିଳା କଂଗ୍ରେସ ନେତ୍ରୀ ରତ୍ନ୍‌ମଣୀ ଉଲ୍ଲାକା, ବିଧାୟିକା ପ୍ରାର୍ଥୀ ଅମୀତା ବିଶ୍ୱାଳ, ରାଜେନ୍ଦ୍ର ଦୁରିଆ, ସାନ୍ଦୁ ମାଝୀ, ଜିଜିରୁ ମାଝୀ, ଯୋସେଫ ଖାସାଲା, ପୁରନ୍ଦର ନାୟକ, ହୃତାସନ ନାୟକ, ଭୁଷଣ ବିଦିକା ତଥା ବହୁ ସଂଖ୍ୟାରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ ସାମିଲ ଥିଲେ ।

  • Related Posts

    ନିମନ୍ତ୍ରଣକୁ ନେଇ ରାଜନୀତି, ସାଂସଦ-ମେୟର କଥା କଟାକଟି

    ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣକୁ ନେଇ ରାଜନୀତି। ଭୁବନେଶ୍ବର ସାଂସଦ ଓ ମେୟରଙ୍କ ମଧ୍ୟରେ କଥା କଟାକଟି। ପୂର୍ବ ସରକାରକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି। କହିଛନ୍ତି ବିଗତ ସରକାରରେ ମୋତେ ନିମନ୍ତ୍ରଣ କରାଯାଉନଥିଲା। ବର୍ତ୍ତମାନର ସରକାର ପ୍ରତିଷ୍ଠା…

    Continue reading
    ମେଣ୍ଟ ନେଇ ନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

    ଭୁବନେଶ୍ୱର: ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିିସିସି ସଭାପତି ଭକ୍ତଚରଣ ଦାସଙ୍କ ଆକଳନକୁ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ପରୋକ୍ଷରେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ