ସୁବାସିନୀଙ୍କୁ ବୁଝାଇଲେ ନବୀନ

ଭୁବନେଶ୍ବର: ତୁମେ ଗଣମାଧ୍ୟମରେ ଭଲ ବିବୃତ୍ତି ଦେଉଛ। ଦଳରେ ତୁମର ଭବିଷ୍ୟତ ଉଜ୍ଜ୍ବଳ ରହିଛି। ଦଳୀୟ ଲାଇନ୍‌ରେ ଭୋଟ୍‌ ଦିଅ। ନିର୍ବାଚନ ସରିଲେ ତୁମକୁ ପୁରସ୍କୃତ କରାଯିବ। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସ ଡାକି ଏମିତି ବୁଝାଇଥିବା ଜଣାପଡ଼ିଛି। ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ମିଶିବା ପରେ ତାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ଶ୍ରୀମତୀ ଜେନା ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ ଦେବେ, ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ନବୀନଙ୍କ ନିର୍ଦେଶକୁ ମାନିବୁ ବୋଲି ସୁବାସିନୀ କହୁଥିଲେ ବି ଭୋଟ ସମ୍ପର୍କରେ ସ୍ପଷ୍ଟ ମତ ରଖୁନାହାନ୍ତି। ଏହାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବାବେଳେ ଗୁରୁବାର ସନ୍ଧ୍ୟାରେ ସୁବାସିନୀଙ୍କୁ ନବୀନ ନିବାସ ଡାକି ନବୀନ ବୁଝାଇଥିଲେ।
ବିଧାନସଭାରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ସୁବାସିନୀ ନବୀନ ନିବାସ ଯାଇଥିଲେ। ନବୀନଙ୍କ ସହ କିଛି ସମୟ ସୁବାସିନୀଙ୍କ ଆଲୋଚନା ହୋଇଥିଲା। ନବୀନ ନିବାସରୁ ବାହାରିବା ପରେ ସୁବାସିନୀ କହିଲେ, ନିର୍ବାଚନମଣ୍ଡଳୀ ସମ୍ପର୍କରେ କଥା ହେବାକୁ ନବୀନ ନିବାସ ଆସିଥିଲି। ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ପୂର୍ବରୁ ଆଲୋଚନା ହୋଇଛି। ଦଳର ସର୍ବୋଚ୍ଚ ନେତା ନବୀନ ବାବୁ ଯାହା ନିର୍ଦେଶ ଦେବେ, ତାକୁ ମାନିବୁ। ଅନ୍ୟପକ୍ଷରେ ପୂର୍ବତନ ସାଂସଦ ଶ୍ରୀ ଜେନା କହିଛନ୍ତି, ସୁବାସିନୀ ବିଜେଡି ଟିକଟରେ ୫ ବର୍ଷ ଯାଏଁ ନିର୍ବାଚିତ ହୋଇଛନ୍ତି। କାହାକୁ ଭୋଟ୍‌ ଦେବେ ସେ ନିଷ୍ପତ୍ତି ନେବେ। ବ୍ୟକ୍ତିଗତ କାରଣ ପାଇଁ ମୁଁ ବିଜେଡି ଛାଡ଼ିଛି। ୧୬ରୁ ରାଜନୈତିକ ସମୀକରଣ ବଦଳିବ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ