ସୁଭଦ୍ରା ଶକ୍ତି ମେଳାରେ ମସଲା ସାମଗ୍ରୀ ପାଇଁ ଜମୁଛି ଭିଡ଼

ଭୁବନେଶ୍ୱର: ସୁଭଦ୍ରା ଶକ୍ତି ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ କିଣିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳିଛି । ଏହା ଉତ୍ସାହର କେନ୍ଦ୍ରବିନ୍ଦୁ ହୋଇ ରହିଛି । ହସ୍ତତନ୍ତ, ଆଦିବାସୀ ଅଳଙ୍କାର, ଜୈବିକ ଉତ୍ପାଦ ଠାରୁ ବିଭିନ୍ନ ଜିଲ୍ଲାର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପର୍ୟ୍ୟନ୍ତ – ଦର୍ଶକମାନେ ଏହି ମେଳାରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ମା’ ମାନଙ୍କ ଉଦ୍ୟୋଗିତାର ଝଲକ ଦେଖିବାକୁ ପାଉଛନ୍ତି ।

ପରିବର୍ତ୍ତିତ ଜୀବନଶୈଳୀରେ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ରହିବା ପାଇଁ ସତେଜ, ପୁଷ୍ଟିକର ଓ ଶୁଦ୍ଧ ଖାଦ୍ୟ ଅତ୍ୟନ୍ତ ଜରୁରୀ। ତେଣୁ ଲୋକେ ଏବେ ପ୍ରାକୃତିକ ଏବଂ ଜୈବିକ ଉତ୍ପାଦ ପ୍ରତି ଆଗ୍ରହ ଦେଖାଉଛନ୍ତି । ସୁଭଦ୍ରା ଶକ୍ତି ମେଳାର ଭିଡ଼ ମଧ୍ୟରେ ମସଲା ଷ୍ଟଲକୁ ଖୋଜି ପହଞ୍ଚୁଛନ୍ତି ଗ୍ରାହକ। କନ୍ଧମାଳର ହଳଦୀ, ସମ୍ବଲପୁରର ଗୁଜୁରାତି, ରାୟଗଡାର ଗୋଲମରିଚ ପାଇଁ ଲୋକଙ୍କ ଭିଡ଼ ଜମୁଛି ଯାହା ସ୍ଵୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ଦ୍ଵାରା ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ଆଞ୍ଚଳିକ ସ୍ୱାଦର ପ୍ରକୃତ ଅନୁଭୂତି ଦେଉଛି ସୁଭଦ୍ରା ଶକ୍ତି ମେଳା। ନିଜର ସ୍ଵତନ୍ତ୍ର ସ୍ଵାଦ, ସୁଗନ୍ଧ ଓ ଔଷଧୀୟ ଗୁଣ ପାଇଁ ପରିଚିତ ମସଲା ସବୁ ବିପୁଳ ପରିମାଣରେ ବିକ୍ରି ହେଉଛି।

“ସବୁ ମସଲା ପ୍ରାକୃତିକ ଓ ଜୈବିକ। ଏଥିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ହୋଇନାହିଁ। ଆମେ ନିଜ ଗାଁରେ ଚାଷ କରୁଥିବା ହଳଦୀକୁ ଶୁଖାଇ ଘରେ ପେଶି ଏଠି ଆଣିଛୁ” – କହିଛନ୍ତି ୧୯୫ ନଂ ଷ୍ଟଲ କନ୍ଧମାଳ ଜିଲ୍ଲାର ପିତାବଳି ଉତ୍ପାଦକ ଗୋଷ୍ଠୀ ସଦସ୍ୟା ସୁକାନ୍ତି ଦଳେଇ।

ଚତୁର୍ଥ ଦିନ ମଧ୍ୟ ମେଳା ପ୍ରତି ଦର୍ଶକଙ୍କ ଅଦ୍ଭୁତପୂର୍ବ ଆଗ୍ରହ ଜାରି ରହିଥିବାବେଳେ ମୋଟ ୧.୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୨୨୬ ନଂ ଷ୍ଟଲରେ ଗଜପତି ଜିଲ୍ଲାରୁ ଆସିଥିବା ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଟିଏ ଦିନରେ ୧.୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି।

ସନ୍ଧ୍ୟାରେ ମଞ୍ଚ ଚମତ୍କାର ସାଂସ୍କୃତିକ କାର୍ୟ୍ୟକ୍ରମରେ ଢୋଲ ମହୁରୀ ନୃତ୍ୟ ପରିଷଦ ଦ୍ବାରା ପ୍ରଦର୍ଶିତ ଢୋଲ ମହୁରୀ ନୃତ୍ୟ, ମନସ୍ଵିନୀ ପଟ୍ଟନାୟକ ଓ ଜିତ୍ ଚୌଧରୀଙ୍କ ସଙ୍ଗୀତ ସହିତ ବ୍ୟଙ୍ଗ କବି ଜ୍ଞାନ ହୋତଙ୍କ ବ୍ୟଙ୍ଗ କବିତା ଦର୍ଶକଙ୍କୁ ହସାଇ ଥିଲା।

  • Related Posts

    ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା

    କଟକ : ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି…

    Continue reading
    ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

    ପୁରୀ : ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ