ସେକ୍ସ ରାକେଟ୍, ୪ ଯୁବତୀ ଉଦ୍ଧାର

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଦୁର୍ଗାବିହାରର ଏକ ଲଜ୍‌ରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ପାଇ ଗୁରୁବାର ରାତିରେ ପୁଲିସ ଅତର୍କିତ ଚଢ଼ଉ କରିଛି । ଲଜରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲଜ୍ ପରିଚାଳକ ସମେତ ୫ ଜଣ ଯୁବକଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା ଚଳାଇଛି । ଲଜ୍‌ରୁ ଅନେକ ଆପତ୍ତିଜନକ ସାମଗ୍ରୀ ପୁଲିସ ଜବତ କରିଛି । ଯୁବତୀଙ୍କ ସହ ଯୁବକମାନଙ୍କୁ ପୁଲିସ ଥାନାକୁ ଆଣି ଜେରା ଚଳାଇଛି ।

ସୂଚନା ଅନୁଯାୟୀ, ଏହି ଲଜ୍‌କୁ ଢେଙ୍କାନାଳ ସିମିନଇ ଅଞ୍ଚଳର ଜଣେ ଯୁବକ ଭଡ଼ାସୂତ୍ରରେ ନେଇ ପରିଚାଳନା କରୁଛି । ସେ ଯୁବତୀମାନଙ୍କୁ ଲଜକୁ ଡକାଇ ସେକ୍ସ ରାକେଟ୍ ଚଳାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଟାଉନ୍ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ ଓ ସ୍ପେଶାଲ ସ୍କ୍ୱାଡ଼୍ ଇନ୍ସପେକ୍ଟର ଅୟସ କାନ୍ତ ଜେନାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲା । ଲଜ୍ ପରିଚାଳକ ଓ ୪ ଜଣ ଯୁବକଙ୍କୁ ପୁଲିସ ଟିମ୍ କାବୁ କରିଥିବା ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

  • Related Posts

    ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

    ୧୦/୦୪/୨୦୨୬,ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା…

    Continue reading
    ରାଜଧାନୀର ୩ଟି ମନ୍ଦିରରୁ ହୋଇଛି ସିରିଜ ଲୁଟ୍

    ଭୁବନେଶ୍ୱର: ମନ୍ଦିରରୁ ସୁନା ମୂର୍ତ୍ତି ନେଇଗଲେ ଡକାୟତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । କୌଣସି ଉପାନ୍ତ ଗାଁ ନୁହେଁ ରାଜଧାନୀ ଛାତି ଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏ କି ଦୁଇଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ