ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ରେ ସୋମବାର ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ (ଏକସଟେନସନ) ଡକ୍ଟର ଚକ୍ରଧର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ୱନାମଧନ୍ୟ କ୍ଷେତ୍ରବିଜ୍ଞାନୀ ଶ୍ରୀ ବିଦ୍ୟାଧର ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଡକ୍ଟର ଜିତେନ୍ଦ୍ର କୁମାର ନାୟକ ଲଘୁ ଶସ୍ୟ ଗବେଷଣାରେ ସୋଆ ବିଶ୍ୱବିଦ୍ୟାଳୟର ଅଗ୍ରଗତି ଓ ଶ୍ରୀ କୁମାର ସମ୍ଭବ ଗିରି ମାଣ୍ଡିଆରୁ ପ୍ରସ୍ତୁତ ମୂଲ୍ୟଯୁକ୍ତ ଦ୍ରବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ଅଧ୍ୟକ୍ଷତା କରିଥିଲେ । ମାଣ୍ଡିଆ ଫସଲର ପୋଷକ ଗୁଣ, ଚାଷ ପ୍ରଣାଳୀ, ଆର୍ଥିକ ଲାଭ ଓ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।
ଏହି ଅବସରରେ କ୍ଷେତ୍ର ବିଜ୍ଞାନ ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତିକା ‘ବୈଜ୍ଞାନିକ ପ୍ରଣାଳୀରେ ଲଘୁଶସ୍ୟ ଚାଷ’ ଉନ୍ମୋଚିତ ହୋଇଥିଲା । ମୁଖ୍ୟବକ୍ତା ଶ୍ରୀ ବିଦ୍ୟାଧର ମହାରଣା ଜଳବାୟୁ ସହନଶୀଳତା, ଖାଦ୍ୟ, ପୋଷଣ ଓ ଆର୍ଥିକ ସୁରକ୍ଷା ପାଇଁ ଲଘୁ ଶସ୍ୟ ଚାଷ ସଂପର୍କରେ ଆଲୋଚନା କରିଥିଲେ ।
ଏହି ସଭାରେ ଡକ୍ଟର ଶ୍ୱେତା ରଥ ମଂଚ ସଂଚାଳନ କରିଥିବାବେଳେ ଡକ୍ଟର ସରୋଜ କୁମାର ମହାନ୍ତି , ଡକ୍ଟର ଶୁଭପ୍ରଦ ଦାଶ, ଡକ୍ଟର ଗାୟତ୍ରୀ ମିଶ୍ର୍ର, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ସ୍ତୁତିଦେବପ୍ରିୟା ବେହେରା, ଡକ୍ଟର କୌଶିକାସ ଏବଂ ଡକ୍ଟର ରିତନ ଚୌଧୁରୀ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରଫେସର, ପ୍ରାଧ୍ୟାପକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ଏହି ସଭାରେ କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ବାସୁଦେବ ବେହେରା ଅତିଥିମାନଙ୍କୁ ସ୍ୱାଗତ ଦେଇଥିବାବେଳେ ପ୍ରଫେସର ଡକ୍ଟର ମନମୋହନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ