ହସ୍ପିଟାଲରେ ବିସ୍ଫୋରଣ: ରୋଗୀଙ୍କର ମୃତ୍ୟ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ରାତି ଓ ଦିନରେ ଅନ୍ଧାରରେ ଓ୍ବାର୍ଡ୍‌ରେ ରହିଥିଲେ। ଶୁକ୍ରବାର ରାତିରେ ବଦ୍ୟୁତ୍‌ ଶଟ୍‌ସର୍କିଟ ହୋଇ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହୋଇଥିଲା। ଫଳରେ ବିଜୁଳି ଯୋଗାଣ ଠପ୍‌ ହୋଇଯାଇଥିଲା। ଏହାପରେ ହସ୍ପିଟାଲରେ ରୋଗୀସେବା ବ୍ୟାହତ ହୋଇଛ।

ଶନିବାର ଅପରାହ୍ନ ସୁଦ୍ଧା ବିଜୁଳି ଆସି ନାହିଁ। ସର୍ଜରୀ ଓ୍ବlର୍ଡ, ଡାୟାଲିସିସ୍‌ ୟୁନିଟ୍‌, ମେଡିଶିନ ଓ୍ବାର୍ଡ, ଆଶୁ ଚିକିତ୍ସା ରୋଗୀମାନେ ଅନ୍ଧାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ରୋଗୀ ପଞ୍ଜୀକରଣ କାଉଣ୍ଟରରେ ନାମକରଣ ହୋଇପାରୁ ନ ଥିବାରୁ ଶନିବାର ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଦୀର୍ଘ ୫ ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ରୋଗୀମାନେ ଓପିଡିରେ ଡାକ୍ତର ଦେଖାଇ ପାରୁନାହାନ୍ତି। ବିଜୁଳି ନ ଥିବାରୁ ରଞ୍ଜନରଶ୍ମୀ, ଅଲଟ୍ରାସାଉଣ୍ଡ ମଧ୍ୟ କାମ କରୁନାହିଁ। ଡାୟାଲିସିସ୍‌ ୟୁନିଟ୍‌ରେ ବିଜୁଳି ନ ଥିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Related Posts

ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

Leave a Reply

Your email address will not be published. Required fields are marked *

You Missed

ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

ଧାରଣାରେ ୫୫ ଆଦିବାସୀ ପରିବାର

ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍