ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ କର

କଟକ: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ (DNA) ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ପୀଡ଼ିତା ଜଣକ 2026 ଜାନୁଆରୀ 12ରେ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କର ଏହି ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ଦୁଷ୍କର୍ମ ମାମଲା ସହ ଜଡ଼ିତ । ତେଣୁ ଗର୍ଭପାତ ପାଇଁ ଅନୁମତି ଦିଆଯାଉ । ପୂର୍ବରୁ ସେ ରାଉରକେଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ, ଯାହାକୁ ‘ଜିରୋ ଏଫଆଇଆର’ ଭାବେ ରୁଜୁ କରାଯାଇ ପରେ ବିଞ୍ଝାରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା ।ପୀଡିତାଙ୍କ ଆବେଦନକୁ ଗ୍ରହଣ କରି ଅଦାଲତ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ଦେବା ସହ ଭ୍ରୁଣର ନମୁନା ସଂଗ୍ରହ କରି ତାହାର ଡିଏନଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅଭିଯୁକ୍ତ ବିରୋଧରେ ପ୍ରମାଣ ଭାବେ ବ୍ୟବହୃତ ହେବ । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ କୋର୍ଟ କହିଛନ୍ତି ।

ଏନେଇ ଆବେଦନକାରୀଙ୍କ ଓକିଲ ସୁଶାନ୍ତ ଶେଖର ପରିଡା କହିଛନ୍ତି, ପୀଡିତା ଗର୍ଭପାତ ପାଇଁ ପ୍ରଥମେ ଏସଡିଜେଏମରେ ଆବେଦନ କରି ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଯାହା ଖାରଜ ହୋଇ ଯାଇଥିଲା । ପରେ ସେ ଯାଜପୁର ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ସେଠାରେ ମଧ୍ୟ ଖାରଜ ହୋଇ ଯାଇଥିଲା । ଏହା ପରେ ପୀଡିତା ହାଇକୋର୍ଟର ହ୍ୱାରସ୍ଥ ହୋଇଥିଲେ । ଏହାର ଆଜି ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି ।’

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ