ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧିମନ ଚକମା

କଟକ: ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲାଞ୍ଚ ନେଇ ଧରାପଡିଥିବା ଯୁବ IAS ଅଫିସର ଧିମନ ଚକମା। ଜାମିନ ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଧିମନ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଧିମନ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ରେଡ ହ୍ୟାଣ୍ଡେଡରେ ଟଙ୍କା ସହ ଧରାପଡିଥିଲେ କଳାହାଣ୍ଡି ଧର୍ମଗଡ଼ ଉପ-ଜିଲ୍ଲାପାଳ ଧିମନ ଚକମା। ତାଙ୍କ ସରକାରୀ ବାସଭବନରୁ ମିଳିଥିଲା ପୁଳାପୁଳା ଟଙ୍କା।

ଭବାନୀପାଟଣା ଜେଲ ଭିତରେ ଧିମାନଙ୍କ ଭଏସ ରେକର୍ଡ କରିଛି କଳାହାଣ୍ଡି ଭିଜିଲାନ୍ସ। ଭିଜିଲାନ୍ସ ଡିଏସପିଙ୍କ ସମେତ ୫ ଜଣିଆ ସ୍ବତନ୍ତ୍ର ଟିମ୍ ଜେଲକୁ ଯାଇ ତାଙ୍କର ଭଏସ ରେକର୍ଡ କରିଛନ୍ତି। ବ୍ୟବସାୟୀଙ୍କୁ ଫୋନ୍ ଯୋଗେ ଟଙ୍କା ମାଗିଥିବା କଲ୍ ରେକର୍ଡ ସହିତ ମ୍ୟାଚ୍ କରାଇବା ପାଇଁ ଭିଜିଲାନ୍ସ ଟିମ୍ ଧିମନ ଚକମାଙ୍କ ଭଏସ୍ ରେକର୍ଡ କରିଥିବା ନେଇ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ବିଭାଗ ଡିଏସପି ପ୍ରଦୀପ କୁମାର ଆଇଣ୍ଡ।2021 ବ୍ୟାଚର ଆଇଏଏସ ଅଫିସର ଧିମନ ଚକମାଙ୍କ ଘରେ ଭିଜିଲାନ୍ସ ରେଡ୍ ସମୟରେ ତାଙ୍କ ଘରୁ ନଗଦ ୪୭ ଲକ୍ଷ୍ୟ ୪୭ ହଜାର ୬୦୦ ସମେତ ଅନେକ ଗହଣା ଓ ଦାମୀ ଜିନିଷ ଜବତ କରିବା ସହିତ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା କରିଥିଲା ଭିଜିଲାନ୍ସ ଟିମ୍। ଏତେ ମାତ୍ରାରେ ଟଙ୍କା ସେ କେଉଁଠୁ ଆଣିଲେ ତାହାର ସ୍ପଷ୍ଟିକରଣ ନଦେଇ ପାରିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କର ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ଭିଜିଲାନ୍ସ ବିଭାଗର ଟିମ୍ ତ୍ରିପୁରା ଠାରେ ଥିବା ଧିମନ ଚକମାଙ୍କ ବାସଭବନରେ ମଧ୍ୟ ଚଢ଼ଉ କରିଥିବା ଜଣାପଡିଛି।

  • Garvita Odia

    Related Posts

    ବଢିଲା ଓମଫେଡ୍‌ କ୍ଷୀର ଦାମ୍‌

    ଭୁବନେଶ୍ୱର : ପୁଣି ମହଙ୍ଗା ମାଡ । ବଢିଲା ଓମଫେଡ୍‌ କ୍ଷୀର ଦାମ୍‌ । ଶନିବାର ଓମଫେଡ୍‌ କ୍ଷୀର ଲିଟର ପ୍ରତି ଦାମ୍‌ ବୃଦ୍ଧି ପାଇଛି । ବଜାରକୁ ଆସିଲା ଓମଫେଡ୍‌ର ନୂଆ ଦର । ପ୍ରିମିୟମ୍‌ ଓ ଟୋନଡ୍‌ କ୍ଷୀର…

    ଯୋଗାଭ୍ୟାସ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ

    ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

    Leave a Reply

    Your email address will not be published. Required fields are marked *

    You Missed

    ବଢିଲା ଓମଫେଡ୍‌ କ୍ଷୀର ଦାମ୍‌

    ବଢିଲା ଓମଫେଡ୍‌ କ୍ଷୀର ଦାମ୍‌

    ଯୋଗାଭ୍ୟାସ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ

    ଯୋଗାଭ୍ୟାସ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ

    ଡାଇରିଆ ସ୍ଥିତିରେ ସୁଧାର:ଏବେବି ୫ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ

    ଡାଇରିଆ ସ୍ଥିତିରେ ସୁଧାର:ଏବେବି ୫ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ

    ଇରାନରେ ୭୦ଘଣ୍ଟା ପାଇଁ ଇଣ୍ଟରନେଟ୍‍ ବନ୍ଦ

    ଇରାନରେ ୭୦ଘଣ୍ଟା ପାଇଁ ଇଣ୍ଟରନେଟ୍‍ ବନ୍ଦ

    ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ପ୍ରଥମ ଟେଷ୍ଟ; ଭାରତ ୩/୩୫୯

    ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ପ୍ରଥମ ଟେଷ୍ଟ; ଭାରତ ୩/୩୫୯

    ଏଡିଆର ରିପୋର୍ଟ: ଲୋକସଭା ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୧୪୯୪ କୋଟି

    ଏଡିଆର ରିପୋର୍ଟ: ଲୋକସଭା ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୧୪୯୪ କୋଟି