ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ପ୍ରଥମ ଟେଷ୍ଟ; ଭାରତ ୩/୩୫୯

ହେଡିଂଲି : ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ତେନ୍ଦୁଲକର-ଆଣ୍ଡରସନନ ଟ୍ରଫିର ପ୍ରଥମ ମ୍ୟାଚ ଲିଡ୍‌ସର ହେଡିଂଲିରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ୍ ଦିନରେ ଯଶସ୍ବୀ ଜୟସୱାଲ ୧୦୧ ଓ ଅଧିନାୟକ ଶୁଭମନ ଗିଲ୍‌ଙ୍କ ଅପରାଜିତ ୧୨୭ ରନ ବଳରେ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଭାରତ ପ୍ରଥମ ଇନିଂସରେ ୮୫ ଓଭର ଖେଳି ୩ ୱିକେଟରେ ୩୫୯ରନ କରିଛି।
ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପାଇଁ ଦୁଇ ଓପନର ଲୋକେଶ ରାହୁଲ ଓ ଯଶସ୍ବୀ ଜୟସୱାଲ ଭଲ ଆରମ୍ଭ କରିଥିଲେ। ଉଭୟେ ପ୍ରଥମ ଦେଢ ଘଣ୍ଟା ଧୌର୍ୟ୍ୟର ସହିତ ଇଂଲଣ୍ଡ ବୋଲରଙ୍କୁ ସାମ୍ନା କରିଥିଲେ। ଉଭୟେ ୯୧ରନ ଭାଗିଦାରୀ କରିଥିଲେ। ରାହୁଲ ଦୀର୍ଘ ସମୟ ବ୍ୟାଟିଂ କରି କ୍ରିଜ​‌େ​‌ର ଜମି ଯାଇଥିଲେ ମଧ୍ୟ ୪୨ରନ କରି ବ୍ରାଇଡନ କାର୍ସଙ୍କ ବଲରେ ଜୋ ରୁଟ୍‌ଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ମାତ୍ର ୧ରନ ବ୍ୟବଧାନରେ ଭାରତ ଦ୍ବିତୀୟ ୱିକେଟ ହରାଇଥିଲା। ଦ୍ବିତୀୟ ୱିକେଟର ପତନ ୯୨ରନରେ ଘଟିଥିଲା। ଟେଷ୍ଟ ପଦାର୍ପଣ କରିଥିବା ସାଇ ସୁଦର୍ଶନ ୪ଟି ବଲ ଖେଳିଥିଲେ ମଧ୍ୟ ଖାତା ଖୋଲିପାରିନଥିଲେ। ସୁଦର୍ଶନ ବେନ୍‌ ଷ୍ଟୋକ୍‌ସଙ୍କ ବଲରେ ଜେମି ସ୍ମିଥ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ଜୟସୱାଲ ଓ ଅଧିନାୟକ ଶୁଭମନ ଗିଲ୍‌ ଦୃଢତାର ସହିତ ବ୍ୟାଟିଂ କରି ଇନିଂସକୁ ଆଗକୁ ବଢାଇଥିଲେ। ଜୟସୱାଲ ୯୬ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଜୟସୱାଲ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ୧୪୪ଟି ବଲରୁ ଶତକ ପୂରଣ କରିଥିଲେ। ଅନ୍ୟପକ୍ଷରେ ଗିଲ୍‌ ୫୬ଟିବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ତୃତୀୟ ୱିକେଟରେ ୧୨୯ରନ ସଂଗ୍ରହ କରିଥିଲେ। ସ୍କୋର ୨୨୧ରନ ଥିବାବେଳେ ଜୟସୱାଲ ୧୫୯ଟି ବଲରୁ ୧୬ଟି ଚୌକା ଓ ଗୋଟିଏ ଛକା ସହ ୧୦୧ରନ କରି ବେନ୍‌ ଷ୍ଟୋକସଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ।

ଚତୁର୍ଥ ୱିକେଟରେ ଗିଲ୍‌ ଓ ଉପ ଅଧିନାୟକ ଋଷଭ ପନ୍ତ ରନ ଗତିକୁ ବଜାୟ ରଖିଥିଲେ। ଗିଲ୍‌ଙ୍କୁ ପନ୍ତ ପୂର୍ଣ୍ଣ ସହାୟତା ଦେଇଥିଲେ। ଉଭୟେ ଇଂଲଣ୍ଡ ବୋଲରଙ୍କୁ ଅନାୟସରେ ଖେଳିଥିଲେ। ଗିଲ୍‌ ୧୪୦ଟି ବଲରୁ ଶତକ ପୂରଣ କରିଥିଲେ। ଅନ୍ୟପକ୍ଷରେ ପନ୍ତ ୯୧ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଚତୁର୍ଥ ୱିକେଟରେ ଗିଲ୍‌ ଓ ପନ୍ତ ଅବିଭାଜିତ ୧୩୮ ରନ କରିଛନ୍ତି। ପ୍ରଥମ ଦିନ ଖେଳ ଷ୍ଟମ୍ପ ଅପସାରଣ ବେଳକୁ ଗିଲ୍‌ ୧୨୭ ଓ ପନ୍ତ ୬୫ରନ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍‌ସ ୨ଟି ଓ ବ୍ରାଇଡନ କାର୍ସ ଗୋଟିଏ ୱିକେଟ ନେଇଛନ୍ତି। ଭାରତ ପାଇଁ ସାଇ ସୁଦର୍ଶନ ଟେଷ୍ଟ ପଦାର୍ପଣ କରିଥିବାବେଳେ ୮ ବର୍ଷ ପରେ କରୁଣ ନାୟର ଟେଷ୍ଟ କ୍ରିକେଟକୁ ଫେରିଛନ୍ତି। ନୂତନ ଅଧିନାୟକ ଗିଲ୍‌ଙ୍କ ନେତୃତ୍ବରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୫-୨୭ର ଅନ୍ତର୍ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଭଲ ଆରମ୍ଭ କରିଛି।ଏଥି ସହିତ ଭାରତୀୟ କ୍ରିକେଟରେ ଗିଲ୍‌ ଓ ଗମ୍ଭୀରଙ୍କ ଯୁଗ ଆରମ୍ଭ ହୋଇଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ