ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ ରାଉଣ୍ଡରେ ଲଭଲିନା ଅତ୍ୟନ୍ତ କମ୍ ବ୍ୟବଧାନରେ ଆଗୁଆ ଥିଲେ । ତେବେ ଶେଷ ରାଉଣ୍ଡରେ ସେ ଦମଦାର ପ୍ରଦର୍ଶନ କରି ଏକତରଫା ଭାବେ ଆଗୁଆ ହୋଇଥିଲେ ।

ନିଜର ୨୯ତମ ଜନ୍ମଦିନ ଅବସରରେ ଲଭଲିନା ଦେଶବାସୀଙ୍କୁ ଏହି ଐତିହାସିକ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି । ଏହି ବିଜୟ ସହିତ ମହିଳା ବକ୍ସିଂରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ପାଇଁ ଭାରତର ୧୨ ବର୍ଷର ଦୀର୍ଘ ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି । ଫାଇନାଲ ମୁକାବିଲାର ଆରମ୍ଭରୁ ଚୀନର ବକ୍ସର ବାଓ ଜିୟି ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ । ସେ ବାରମ୍ବାର ଲଭଲିନାଙ୍କ ନିକଟକୁ ଯାଇ କ୍ଲିଞ୍ଚ୍ କରିବାକୁ ଚେଷ୍ଟା କରୁଥିଲେ। ଏପରିକି ମୁକାବିଲା ସମୟରେ ଦୁଇ ଖେଳାଳି ମଧ୍ୟ ରିଙ୍ଗରେ ପଡ଼ିଯାଇଥିଲେ ।

୨୦୧୪ ଏସୀୟ କ୍ରୀଡ଼ା ପରେ ପ୍ରଥମ ଥର ପାଇଁ ଭାରତର ଜଣେ ମହିଳା ବକ୍ସର ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୪ରେ ମେରି କମ୍ ୫୧ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ଜିତି ଏସୀୟ କ୍ରୀଡ଼ାରେ ଭାରତ ପାଇଁ ମହିଳା ବକ୍ସିଂର ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ । ଏହାର ୧୨ ବର୍ଷ ପରେ ଲଭଲିନା ୭୫ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଲଭଲିନାଙ୍କ ପାଇଁ ଏହା ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ । ୨୦୨୨ ଏସୀୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିଲେ। ଚାରି ବର୍ଷ ପରେ ସେ ପଦକର ରଙ୍ଗ ବଦଳାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଏବଂ ବିଶ୍ୱ ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣ ଜିତିସାରିଥିବା ଆସାମର ଏହି ତାରକା ଆଥଲେଟ୍ଙ୍କ ସଫଳତାରେ ସମଗ୍ର ଦେଶ ଗର୍ବିତ । ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଦେଶର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଲଭଲିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ସହ ଏହି ସ୍ୱର୍ଣ୍ଣିମ ବିଜୟ ପାଇଁ ସାଧୁବାଦ ଜଣାଇଛନ୍ତି ।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ