ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।
ଫାଇନାଲରେ ମ୍ୟାଚ୍‌ରେ ଗୋଲ୍ ଦେଇଥିଲେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା। ସେ ଖେଳର ୫୪ତମ ମିନିଟରେ ଏକ ଫିଲ୍ଡଗୋଲ୍ ଦେଇଥିଲେ। ଅଧିନାୟକ ହରମନପ୍ରୀତ ଦୁଇଟି ଗୋଲ୍ କରିଥିଲେ। ଯୁଗରାଜ ଓ ହାର୍ଦ୍ଦିକ ସିଂ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ମାଲେସିଆ ପକ୍ଷରୁ ସିଲଭେରିୟସ ଶେଲୋଙ୍କ ଏକମାତ୍ର ଗୋଲ୍ କରିଛନ୍ତି। ହାପ୍ ଟାଇମ୍ ବେଳକୁ ଭାରତ ୨-୧ରେ ଆଗୁଆ ଥିବା ବେଳେ ଦ୍ୱିତୀୟ ହାପ୍‌ରେ ଆହୁରି ୩ଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଅନ୍ୟପକ୍ଷରେ ଭାରତ ଆଗରେ ଫିକା ପଡ଼ି ଯାଇଥିଲା ମାଲେସିଆ। ସୂଚନାଯୋଗ୍ୟ, ଭାରତୀୟ ହକି ଦଳରେ ଥିଲେ ୨ ଓଡ଼ିଆ- ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା।
ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତୀୟ ହକି ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପ୍ରଥମ ଥର ପାଇଁ ଗୋଟିଏ ଏସିଆନ ଗେମ୍‌ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଉଭୟ ଦଳ ୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି।

ପୁରୁଷ ହକି ଟିମ୍ ପୂର୍ବରୁ ଏସିଆନ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିଲା। ଏଥରକୁ ମିଶାଇ ଦଳ ୫ଟି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ୧୯୬୬, ୧୯୯୮, ୨୦୧୪ ଓ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତା’ସହିତ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଦଳ ଲଗାତାର ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଦଳ ପାଇଁ ଏହା ବି ଏକ ରେକର୍ଡ।

ଅନ୍ୟପକ୍ଷରେ ୪୪ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଗତକାଲି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାତେଇ ଥିଲା। ୧୯୮୨ ଦିଲ୍ଲୀରେ ଆୟୋଜିତ ଏସିଆନ ଗେମ୍ସର ମହିଳା ହକିରେ ସ୍ୱର୍ଣ୍ଣ ଜିତିଥିଲା। ଏବେ ୪୪ ବର୍ଷ ପରେ ଜାପାନାରେ ଏହାର ପୁନାରାବୃତ୍ତି ଘଟିଛି। ଲାରେମସିଆମିଙ୍କ ଏକମାତ୍ର ଗୋଲ ଭାରତକୁ ବିଜୟ ଭେଟି ଦେଇଥିଲେ।
୧୯୯୮ ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇଥିଲା। କିନ୍ତୁ ଦକ୍ଷିଣ କୋରିଆ ୨-୧ରେ ଭାରତକୁ ହରାଇ ଦେଶର ସ୍ୱର୍ଣ୍ଣ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ୨୦୧୮ ଜାକାର୍ତ୍ତା ଏସିଆନ ଗେମ୍ସରେ ଭାରତୀୟ ମହିଳା ଟିମ ପାଇଁ ପୁଣି ସୁନା ଜିତିବାର ସୁଯୋଗ ସୃଷ୍ଟି ହୋଇଥିଲା। ହେଲେ ଜାପାନ ଏହାକୁ ୧-୦ରେ ଜିତି ସବୁ ସ୍ୱପ୍ନକୁ ଧୂଳିସାତ କରିଥିଲା।
ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଜାପାନ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୮୫ରେ ପହଞ୍ଚିଛି। ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ ପଦକ ଥିବା ବେଳେ ୨୭ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ରହିଛି। ଏହା ସହିତ ଭାରତର ଚଳିତ ଏସିଆନ ଗେମ୍ସ ଅଭିଯାନ ଶେଷ ହୋଇଛି।

  • Related Posts

    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading
    ଏସ୍ଆଇଆର୍: କଟିଥିବା ଭୋଟରଙ୍କ ନାଁ ପୁଣି ଯୋଡ଼ାଯିବ

    ନୂଆଦିଲ୍ଲୀ: ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ କୋଟି କୋଟି ଯୋଗ୍ୟ ଭୋଟରଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ଆସିବା ପରେ ଭାରତର ନିର୍ବାଚନ କମିଶନ (ଇସିଆଇ) ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏସ୍ଆଇଆର୍ ସରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ