ନାଗୋୟା: ଦୀର୍ଘ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ଶୁକ୍ରବାର ନାଗୋୟାରେ ଅନୁଷ୍ଠିତ ଫାଇନାଲରେ ମ୍ୟାଚ୍ରେ ଭାରତ ୧-୦ ଗୋଲ୍ରେ ଚୀନ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି ଓ ସିଧାସଳଖ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ବି ହାସଲ କରିଛି । ୧୯୯୮ ଓ ୨୦୧୮ରେ ଫାଇନାଲରୁ ଫେରିଥିବା ମହିଳା ହକି ଦଳ ଏଥର କିନ୍ତୁ ନିଜ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି । ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ା ପରେ ୨୦୨୬ରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ଜିତଛି । ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ରାଜ୍ୟର ପ୍ରଥମ ମହିଳା ଭାବେ ଏସିଆଡ୍ ହକି ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ପାଇଛନ୍ତି । ଏହି ମ୍ୟାଚ୍ରେ ଚୀନ ରୌପ୍ୟ ପଦକ ପାଇଥିବାବେଳେ ଦକ୍ଷିଣ କୋରିଆକୁ ୪-୨ରେ ହରାଇ ଜାପାନ କାଂସ୍ୟ ଜିତିଛି ।
କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?
ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…





