ଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତର ଠାରେ ପ୍ରସ୍ତାବିତ ବିକ୍ଷୋଭ ପୂର୍ବରୁ, ଶୁକ୍ରବାର ଦିନ ଦିଲ୍ଲୀ କର୍ତ୍ତୃପକ୍ଷ ଟ୍ରାଫିକ୍ କଟକଣା ଏବଂ ମେଟ୍ରୋ ଚଳାଚଳ ପଥରେ ପରିବର୍ତ୍ତନ ଘୋଷଣା କରିଛନ୍ତି । ଏକ୍ସ ହ୍ୟାଣ୍ଡେଲ୍ରେ ଏନେଇ ସୂଚନା ଦେଇଛନ୍ତି ସରକାର । ଏଥିସହିତ ଜାତୀୟ ରାଜଧାନୀରେ ନିଷେଧାଦେଶ ଜାରି କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜନ୍ତର ମନ୍ତର ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ମଧ୍ୟ ଜାରି କରାଯାଇଛି ।
ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ
ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…







