ଇରାନରେ ୭୦ଘଣ୍ଟା ପାଇଁ ଇଣ୍ଟରନେଟ୍‍ ବନ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ୯ଦିନ ବିତିଲାଣି । ଯୁଦ୍ଧର ୧୦ମ ଦିନରେ ଉଭୟ ଦେଶ ପରସ୍ପରକୁ ଧ୍ୱଂସ କରିବା ଜିଦ୍‍ ରେ ଅଟଳ ରହିଛନ୍ତି । ଇସ୍ରାଏଲ ଦାବି କରିଛି ଯେ ଯେର୍ପ୍ୟନ୍ତ ସେ ତାର ଲକ୍ଷ୍ୟ ହାସଲ କରିନାହିଁ, ସେପର୍ୟ୍ୟନ୍ତ ଇରାନ ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବ ନାହିଁ । ସେହିପରି ଇରାନ ଦାବି କରି କହିଛି ଯେ ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ କରେ, ତେବେ ସେ ପ୍ରତିଶୋଧ ନେବା ମଧ୍ୟ ବନ୍ଦ କରିବ । ନଚେତ ସେ ତାର ସମସ୍ତ ଶକ୍ତି ଲଗାଇ ପ୍ରତିଶୋଧ ନେବ । ଯୁଦ୍ଧ ଭିତରେ ଇରାନରେ ୭୦ଘଣ୍ଟା ହେବ ଇଣ୍ଟରନେଟ ବନ୍ଦ ରହିଛି । ଫଳରେ ଇଣ୍ଟରନେଟ୍‍ କାରବାର ଏବଂ ସରକାରୀ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ସୂଚନା ଅନୁସାରେ ଯୁଦ୍ଧ ଯୋଗୁଁ ଇରାନର ପରମାଣ କାର୍ୟ୍ୟକ୍ରମ ୨-୩ବର୍ଷ ପଛକୁ ଠେଲି ହୋଇଯାଇଛି । ସେହିପରି ଇସ୍ରାଏଲ ମଧ୍ୟ ବିକାଶ ପଥରେ ପୁଣି ଥରେ ନିଜକୁ ଫେରାଇ ଆଣିବାକୁ କଷ୍ଟକର ହେବ । ଇରାନୀ ମାନବାଧିକାର ଗୋଷ୍ଠୀଙ୍କ ତଥ୍ୟ ଅନୁସାରେ ୯ଦିନିଆ ଯୁଦ୍ଧରେ ଏଯାବତ ଇସ୍ରାଏଲୀ ଆକ୍ରମଣରେ ୬୫୦ରୁ ଅଧିକ ଇରାନୀ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଇରାନର ଆକ୍ରମଣରେ ପ୍ରାୟ ୨୫ଇସ୍ରାଏଲୀ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦୦୦ ଲୋକ ଆହତ ହୋଇଛନ୍ତି ।

  • Related Posts

    ୟୁପିଆଇରେ ଲାଗିବନି ଶୁଳ୍କ !

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର…

    Continue reading
    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ