ହାଇକୋର୍ଟରେ କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସପି

କଟକ: ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ଶରବଣା ବିବେକ। ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ବ୍ରହ୍ମପୁର ଏସପିଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। କେଉଁ ପରିସ୍ଥିତିିରେ ଓ କେଉଁ କାରଣରୁ ଏସପି ଏପରି ବ୍ୟକ୍ତିବ୍ୟ ଦେଇଥିଲେ ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଶେଷ କରି ହାଇକୋର୍ଟ ଶୁଣୁଥିବା ନିର୍ବାଚନୀ ମୋକଦ୍ଦମା ପ୍ରସଂଗରେ ଉଲ୍ଲେଖ କରି ଏସପି କେଉଁ ସ୍ଥିତିରେ ଏପରି ବକ୍ତବ୍ୟ ରଖିଥିଲେ ଓ ଏପରି ଆଚରଣକୁ ଅଦାଲତଙ୍କ ଅବମାନନା ଭାବେ କାହିଁକି ଗ୍ରହଣ କରା ନ ଯିବ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ହାଇକୋର୍ଟ କହିଥିଲେ। ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ଏପରି ସ୍ପଷ୍ଟୀକରଣ ଏସପି ଦାଖଲ କରିବେ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଆଜି ମାମଲାର ଶୁଣାଣି ସମୟରେ ନିର୍ବାଚନୀ ମୋକଦ୍ଦମାର ଆବେଦନକାରୀ ମନୋଜ କୁମାର ପଣ୍ଡାଙ୍କ ତରଫରୁ ଏକ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଅକ୍ଟୋବର ୨୨ରେ ସେ ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ତିନି ଜଣ ସାଧା ପୋଷାକରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଜୋର ଜବରଦସ୍ତ ପୁଲିସ ଗାଡ଼ିରେ ବସାଇଥିଲେ। ତାଙ୍କୁ ପୁଲିସ ବାରାକକୁ ନେଇ ଅକ୍ଟୋବର ୨୪ ଯାଏ ଅଟକ ରଖାଯାଇ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଜେରା କରାଯାଇଥିଲା। ସେ କାହିଁକି ନିର୍ବାଚନୀ ମୋକଦ୍ଦମା ବ୍ରହ୍ମପୁର ବିଧାୟକଙ୍କ ବିରୋଧରେ ରୁଜୁ କରିଛନ୍ତି ସେ ନେଇ ପ୍ରଶ୍ନ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ନିର୍ବାଚନୀ ମୋକଦ୍ଦମାରେ ଦାୟର ଅନ୍ତରୀଣ ଆବେଦନ ସହିତ ସଂଲଗ୍ନ ଅକ୍ଟୋବର ୨୩ରେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ବୟାନ ‌‌ଦେଇଥିଲେ। ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାଶଙ୍କ ମଧ୍ୟରେ ନିର୍ବାଚନୀ ମୋକଦ୍ଦମା କମନ୍ ଲିଙ୍କ୍, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିରୋଧରେ ଏହି ଆବେଦନ ଦାୟର କରାଯାଇଥିଲା। ଶିବଶଙ୍କର ଦାଶଙ୍କ ଅବାସରେ କାର୍ୟ୍ୟ କରୁଥିବା ଜଣେ ହେଲ୍ପରଙ୍କ ନାଁରେ ଏହା ଦାୟର କରାଯାଇଥିଲା। ବାସ୍ତବରେ ଶିବଶଙ୍କର ଦାଶ ନିଜେ ଏହି ମାମଲା ଦାୟର କରିଥିଲେ। ମାମଲା ପାଇଁ ଆଇନଗତ ଖର୍ଚ୍ଚ ଓ ଆଇନଜୀବୀଙ୍କ ଫି’ ବିକ୍ରମ ପଣ୍ଡା ବହନ କରୁଥିଲେ ବୋଲି ଏସିପି କହିଥିବା ଏହି ଖବରରେ ଉଲ୍ଲେଖ କରାଯାଇଥିଲା। ଯଦି ଏହା ସତ ହୋଇଥାଏ, ତେବେ ଏପିଙ୍କ ଭଳି ବରିଷ୍ଠ ବରିଷ୍ଠ ପୁଲିସ ଅଧିକାରୀ ସର୍ବସାଧାରଣରେ କୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ସଂକ୍ରାନ୍ତରେ ଟୀପ୍ପଣୀ ଦେବା ଉଦବେଗର ବିଷୟ ବୋଲି ହାଇକୋର୍ଟ କହିଛନ୍ତି। ନିର୍ବାଚନୀ ମୋକଦ୍ଦମାର ଆବେଦନକାରୀ ଓ ପ୍ରତିପକ୍ଷଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଦୁଇ ବରିଷ୍ଠ ଆଇନଜୀବୀ ଦର୍ଶାଇଥିଲେ ଯେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଉପଲବ୍ଧ। ନିର୍ବାଚନୀ ମୋକଦ୍ଦମାର ସମ୍ମାବ୍ୟ ଫଳାଫଳ ଉପରେ ମଧ୍ୟ ଏସପି ଟିପ୍ପଣୀ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଯାହା ସଂପୂର୍ଣ୍ଣ ଭାବେ ଅନୁଚିତ ବୋଲି ଦର୍ଶାଯାଇଥିଲା। ଏଭଳି ସ୍ଥିତିରେ ଏସପିଙ୍କୁ ସ୍ପଷ୍ଟୀକରଣ ଦାଖଲ ପାଇଁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଏହି ସତ୍ୟପାଠ ସହିତ ଆଜିର ନିର୍ଦ୍ଦେଶର କପି ଅତିରିକ୍ତ ସରକାରୀ ଓକିଲ (ଏଜିଏ)ଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ପକ୍ଷ ରଖିବାକୁ ଓ କଣ ସ୍ଥିତିି ସେ ନେଇ ଜଣାଇବାକୁ ଏଜିଏଙ୍କୁ ହାଇକୋର୍ଟ କହିଛନ୍ତି। ନଭେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ