ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର:ଅରୁଣ ସାହୁ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ସ୍ମାର୍ଟ ସିଟିରେ ସ୍ମାର୍ଟ ମର୍ଡର ହେଲା। ମହାନିଗର ନିଗମରେ ହତ୍ୟା ହେଲା । ହୋଲି ପୂର୍ବରୁ ପୁଲିସ କହିଥିଲା ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ । ଯଦି ଏତେ ପ୍ରସ୍ତୁତି ଥିଲା ତାହାଲେ କେମିତି ହତ୍ୟା ହେଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।

ଅରୁଣ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ନିଦ୍ରାରେ ଅଛନ୍ତି । ଶତାଧିକ ହତ୍ୟାକାଣ୍ଡ ଏହି ୯ ମାସରେ ଘଟିଗଲାଣି । ଖାଲି ଏତିକି ନୁହେଁ ବରଂ ଦିନଦ୍ବିପ୍ରହରରେ ଏମିତି ହେଲେ ଲୋକେ ସୁରକ୍ଷିତ ତ? ବୋଲି ପ୍ରଶ୍ନ କରିଛନ୍ତି। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିଲା ଛାତିକୁ ଥରାଇ ଦେବା ଭଳି ଖବର । ଭୁବନେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳରେ ଗଡିଛି ୫ ମୁଣ୍ଡ ।
ଏହା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି । ସରକାର ଦୁର୍ବଳତାକୁ ଜାଣି ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନ ଶୃଙ୍ଖଳା କଥା ସବୁବେଳେ ଉଠୁଛି । ଶକ୍ତ ହୁଅନ୍ତୁ ସରକାର ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

  • Related Posts

    ନିମନ୍ତ୍ରଣକୁ ନେଇ ରାଜନୀତି, ସାଂସଦ-ମେୟର କଥା କଟାକଟି

    ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣକୁ ନେଇ ରାଜନୀତି। ଭୁବନେଶ୍ବର ସାଂସଦ ଓ ମେୟରଙ୍କ ମଧ୍ୟରେ କଥା କଟାକଟି। ପୂର୍ବ ସରକାରକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି। କହିଛନ୍ତି ବିଗତ ସରକାରରେ ମୋତେ ନିମନ୍ତ୍ରଣ କରାଯାଉନଥିଲା। ବର୍ତ୍ତମାନର ସରକାର ପ୍ରତିଷ୍ଠା…

    Continue reading
    ମେଣ୍ଟ ନେଇ ନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

    ଭୁବନେଶ୍ୱର: ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିିସିସି ସଭାପତି ଭକ୍ତଚରଣ ଦାସଙ୍କ ଆକଳନକୁ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ପରୋକ୍ଷରେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ