୧୨ ପରେ ୪୦ ଡିଗ୍ରୀ ଛୁଇଁବ ତାତି

ଭୁବନେଶ୍ୱର: ଆସନ୍ତା ୧୨ ତାରିଖ ପରେ ରାଜ୍ୟରେ ତାତି ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁବ । ୧୨ରୁ ୧୬ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ୩୮ ଡିଗ୍ରୀ ହୋଇପାରେ ।
ପୂର୍ବାନୁମାନ ଅନୁସାରେ ୧୫ରୁ ୧୮ ତାରିଖ ଭିତରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା ହୋଇପାରେ । ହିମାଳୟ ଅଞ୍ଚଳରୁ ଅଧିକ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଗତ ତିନି ଦିନ ଧରି ରାଜ୍ୟର ରାତି ତାପମାତ୍ରା କମ୍‌ ରହୁଥିଲା । ଆସନ୍ତା ୪ ଦିନରେ ସ୍ଥିତି ବଦଳିବ ଓ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି ସେ କହିଛନ୍ତି । ୧୦ ତାରିଖ ଯାଏ ବଙ୍ଗୋପସାଗର ଆଡୁ ଦକ୍ଷିଣ-ପୂର୍ବ ବାୟୁ ବହିବ । ଏଥିପାଇଁ ପାଣିପାଗ ସ୍ଥିତି ସୁଖଦ ଅନୁଭୂତି ଦେବ । ୯ ଓ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ।
ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୮ଡିଗ୍ରୀ ଥିଲା । ବଲାଙ୍ଗିରରେ ୩୭.୫, ସୁନ୍ଦରଗଡ଼ରେ ୩୭.୧, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୩୬.୯ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୮, ସୋନପୁରରେ ୩୬.୭, ଟିଟିଲାଗଡ଼ରେ ୩୬.୫, ଭବାନୀପାଟଣାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଥିଲା । ଶୁକ୍ରବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୧୦ ଡିଗ୍ରୀକୁ ଖସିଥିଲା । ଝାରସୁଗୁଡ଼ାରେ ୧୨.୨, ରାଉରକେଲାରେ ୧୨.୫, ଭବାନୀପାଟଣାରେ ୧୩ ଓ ନବରଙ୍ଗପୁରରେ ପାରଦ ୧୪ ଡିଗ୍ରୀ ରହିଥିଲା ।

  • Related Posts

    ସରିଲା ବାହାର ରତ୍ନଭଣ୍ଡାର ଗଣତି

    ପୁରୀ:ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ୟ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ମେଳକ କରାଯାଇଥିଲା। ସେତେବେଳେ ୧୧୮ ପ୍ରକାର ଅଳଙ୍କାର ଥିବାବେଳେ ଏବେ ତାହା ୧୪୭ରେ ପହଞ୍ଚିଛି । ମୁଖ୍ୟ…

    Continue reading
    ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ

    ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ସୋମବାରଠାରୁ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ