୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍‌ ଶକ୍ତି ଉତ୍ପାଦନ : କେଭି

ଦିଲ୍ଲୀରେ ଶକ୍ତିମନ୍ତ୍ରୀ ସମ୍ମିଳନୀ

୧୦ ହଜାର ମେଗାୱାଟ ଛୁଇଁବ ଅକ୍ଷୟ ଶକ୍ତି

ଶ୍ରେଷ୍ଠ ୧୦ରେ ଟିପିସିଓଡିଏଲ, ଟିପିଡବ୍ଳ୍ୟୁଓଡିଏଲ, ଟିପିଏନଓଡିଏଲ

 

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନୂଆଦିଲ୍ଲୀରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଓଡିଶାର ଶକ୍ତି କ୍ଷେତ୍ରକୁ ସୁଦୃଢ କରିବାକୁ ଥିବା ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ ।

 

ବିଦ୍ୟୁତ ବିତରଣରେ ପିପିପି ମଡେଲଗୁଡିକର ସଫଳ ରୂପାୟନ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟ ଦକ୍ଷତା ଓ ଆର୍ଥିକ କ୍ଷମତାକୁ ସୁଦୃଢ କରିଛି । ଶକ୍ତି ମନ୍ତ୍ରାଳୟର ମୂଲ୍ୟାୟନ ଅନୁଯାୟୀ ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଟିପିସିଓଡିଏଲ, ଟିପୀଡବ୍ଳ୍ୟୁଓଡିଏଲ, ଟିପିଏନଓଡିଏଲ ସ୍ଥାନ ପାଇଛନ୍ତି । ପୁନରୁଦ୍ଧାର ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ) ଅନ୍ତର୍ଗତ ୩୦୬୯ କୋଟି ଟଙ୍କାର ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୀକ୍ଷା କରାଯାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

 

ସେହିପରି ଓଡିଶା ୮୮୫୬ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରି ନାଗରିକଙ୍କ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିଛି ଏବଂ ୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍‌ ଶକ୍ତି ଯୋଡିବାକୁ ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ଅଧାରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ସରୁ ପ୍ରସ୍ତୁତ ହେବ । ୨୦୩୦ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୧୦ ହଜାର ମେଗାୱାଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

 

ଶକ୍ତି ସରଂକ୍ଷଣକୁ ପ୍ରାଥମିକତା ଦେଇ ଓଡିଶା ୧୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ଳାଣ୍ଟ ପାଇଁ ଯୋଜନା କରୁଛି । ରିନେବୁଲ ଏନର୍ଜି ପ୍ରକଳ୍ପଗୁଡିକୁ ଜାତୀୟ ଗ୍ରୀଡ୍‌ ସହିତ ସଂଯୋଗ କରିବା ପାଇଁ ଗ୍ରୀନ ଏନର୍ଜି କରିଡରର ତୃତୀୟ ସୋପାନରେ କେନ୍ଦ୍ରୀୟ ସହାୟତା ପାଇଁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି

Related Posts

ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

Continue reading
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ