
ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ମହିଳାଙ୍କ ସୁରକ୍ଷା ଦାବିରେ କଂଗ୍ରେସ କର୍ମୀମାନେ ଆସନ୍ତା ୨୭ ତାରିଖରେ ଓଡ଼ିଶା ବିଧାନସଭା ଘେରାଉ କରିବେ। ଏନେଇ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ନାରୀ ନିର୍ୟାତନା ବଢ଼ିଚାଲିଛି। ଏହାକୁ ବିରୋଧ କରି ରାଜ୍ୟ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବ। ନାରୀଙ୍କୁ ସୁରକ୍ଷା ଦେବା ଦାବିରେ ଘେରାଉ ବ୍ୟାପକ କରାଯିବ। ଏହି ବିରୋଧ ପ୍ରଦର୍ଶନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତା ସାମିଲ ହେବେ । ରାଜ୍ୟରେ ପାଖାପାଖି ୪୫ ହାଜରରୁ ଅଧିକ ନାରୀ ନିଖୋଜ ରହିଛନ୍ତି। ନାରୀ ନିର୍ୟାତନାରେ ରାଷ୍ଟ୍ରପତିଙ୍କ ଗାଁ ମଧ୍ୟ ବାଦ୍ ପଡ଼ିନାହିଁ। ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି। କିନ୍ତୁ ଏହା କ’ଣ ନାରୀ ସୁରକ୍ଷା ବୋଲି କଂଗ୍ରେସ ପ୍ରଶ୍ନ କରିଛି।




