୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବ ଘରୋଇ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ବର,22/08: ପାଠପଢା ସରିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ନଦେଇ ଫସିଛି ଏକ ଘରୋଇ ଇଞ୍ଜିନିୟରିଂ କଲେଜ । ୨୯ ଜଣ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ବାବଦକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସମ୍ପୃକ୍ତ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟମାନବାଧିକାର କମିଶନ । ନଖରା ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜ କୋର୍ସ ସରିବା ସତ୍ତ୍ବେ ପିଲାଙ୍କୁ ଗ୍ରେଡ୍ ସିଟ୍ସ ଓ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବାରେ ବିଳମ୍ବ କରିଛି । ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହିତ ଖେଳିବା ନେଇ ସମ୍ପୃକ୍ତ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ ବାଜିଛି । କଲେଜକୁ ଏବେ ୨୯ ଜଣେ ପିଲାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ସାର୍ଟିଫିକେଟ୍ ବାବଦକୁ ଅତିରିକ୍ତ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଅସୁବିଧା ଭୋଗିଥିବା ପିଲାଙ୍କୁ ଟଙ୍କା ଦେବାକୁ ସରକାରଙ୍କୁ ଅପିଲ୍ କରାଯାଇଛି । ୬୦ ଦିନରେ କ୍ଷତିପୂରଣ ନ ଦେଲେ ବାର୍ଷିକ ୧୨% ସୁଧ ହାରରେ ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି ।

  • Related Posts

    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ