
କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ୧୩ ତାରିଖରୁ ରାଜ୍ୟବ୍ୟାପୀ ସିଟି ପରୀକ୍ଷା ବା ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ବା ଡିଏଲ୍ଇଡି ପରୀକ୍ଷା ଚାଲିଛି । ହେଲେ ଦୀପାବଳି ପାଇଁ ଆସନ୍ତା ୨୦ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିବା ପରେ ୨୦ ତାରିଖ ଦିନ ହେବାକୁ ଥିବା ପରୀକ୍ଷାକୁ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତାରିଖ ଘୁଞ୍ଚିଥିଲେ ମଧ୍ୟ ପରୀକ୍ଷା ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ଡିଏଲ୍ଇଡିର ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଗତ ୧୩ ତାରିଖରୁ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ମାତୃଭାଷା ପରୀକ୍ଷା ହେବା ପାଇଁ ଧାର୍ୟ୍ୟ ଥିଲା । ଏହାକୁ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।



