ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି ହୋଇଛି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି । ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଏହାଦ୍ବାରା ସମାଧାନର ବାଟ ଫିଟିବା ନେଇ ଆଶା ବଢିଛି । ଉଭୟ ରାଜ୍ୟ ମଧ୍ୟରେ ମହାନଦୀକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ କରିବା ସହ ତଳମୁଣ୍ଡରେ ବାଲି ବନ୍ଧ ବାନ୍ଧି ମହାନଦୀର ଜଳ ଅଟକାଉଛି। ଯାହାଫଳରେ ମହାନଦୀରେ ଜଳଧାରା ଓଡ଼ିଶା ମୁହାଁ ହୋଇପାରୁନାହିଁ । ଅଣମୌସୁମୀ ଋତୁରେ ମହାନଦୀ ଏକପ୍ରକାର ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ଏସବୁ ଭିତରେ ଟ୍ରିବ୍ୟୁନାଲ ରାୟ ଉପରେ ମହାନଦୀର ଭାଗ୍ୟ ନିର୍ଭର କରୁଛି । ହେଲେ ବାରମ୍ବାର ଟ୍ରିବ୍ୟୁନାଲରେ ଶୁଣାଣି ହେଉଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରିନାହିଁ । ସବୁଠୁ ବଡ଼ କଥା ହେଲା ଆପୋଷ ଆଲୋଚନା ଜରିଆରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଆଶାବାନ୍ଧି ବସିଛି ଓଡ଼ିଶା । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ହେଲେ ଉଚ୍ଚସ୍ତରୀୟ କମିଟି ଏଯାଏଁ ଗ୍ରାଉଣ୍ଡକୁ ଯାଇନାହିଁ ।
ଅମୃତ ୨.୦: ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ଓଡ଼ିଶା
ଭୁବନେଶ୍ୱର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିସନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି…
