୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

ନୂଆଦିଲ୍ଲୀ: ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। କେ.ଏଲ. ରାହୁଲ ୮୭ ଏବଂ ଅଧିନାୟକ ଶୁବମନ ଗିଲ୍‌ ୭୮ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ଘରୋଇ ଦଳ ଇଂଲଣ୍ଡ ୩୧୧ ରନରେ ଆଗୁଆ ଥିବାବେଳେ ଭାରତ ୪ର୍ଥ ଦିନ ସୁଦ୍ଧା ୧୩୭ରେ ପଛୁଆ ରହିଛି। ଟିମ ଇଣ୍ଡିଆ ହାତରୁ ଏହି ମ୍ୟାଚ ଏକପ୍ରକାର ଖସିଯାଇଥିବାବେଳେ ଏହାକୁ ଅମିମାଂଶୀତ ରଖିବାକୁ ହେଲେ ୫ମ ଦିବସ ସମ୍ପୂର୍ଣ୍ଣ ଖେଳିବାକୁ ହେବ, ନଚେତ ୩୦୦ରୁ ଅଧିକ ରନର ଟାର୍ଗେଟ ଦେବାକୁ ପଡ଼ିବ।

ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିଲା। ଜବାବରେ ଜୋ ରୁଟଙ୍କ ୧୫୦ ଏବଂ ବେନ ଷ୍ଟୋକ୍ସଙ୍କ ୧୪୧ ରନ ବଳରେ ଘରୋଇ ଦଳ ୬୬୯ ରନର ବିଶାଳ ସ୍କୋର କରିଥିଲା। ପ୍ରଥମ ପାଳିରେ ୩୧୧ ରନରେ ପଛୁଆ ଥିବା ଭାରତ ୨ୟ ପାଳି ଆରମ୍ଭ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ବିନା କୌଣସି ଖାତା ଖୋଲି ଭାରତ ୨ଟି ଉଇକେଟ ହରାଇଥିଲା। ଯଶସ୍ଵୀ ଜୟସଓ୍ବାଲ ଏବଂ ସାଇ ସୁଦର୍ଶନ ବିନା କୌଣସି ରନ କରି ଆଉଟ୍‌ ​‌ହୋଇଯାଇଥିଲେ। ଏହା ପରେ ରାହୁଲ ଏବଂ ଗିଲ୍‌ ପାଳି ସମ୍ଭାଳିଥିଲେ। ଉଭୟେ ସତର୍କତାର ସହିତ ଖେଳି ୧୭୪ ରନର ଭାଗିଦାରି କରିଛନ୍ତି। ଶେଷ ଦିନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ବିଶେ​‌ଷ କିଛି ନିର୍ଭର କରୁଛି।

୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ସିରିଜ ଡ୍ର’ କରିବା ଲାଗି ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। କିନ୍ତୁ ଇଂଲଣ୍ଡର ଦମଦାର ପ୍ରଦର୍ଶନ ଯୋଗୁ ଭାରତ ହାତରୁ ସେହି ସୁଯୋଗ ଚ୍ଛିନ୍ନ ହୋଇଛି। ଏହି ମ୍ୟାଚ ଡ୍ର’ ହେଲେ ବି ଇଂଲଣ୍ଡ ସିରିଜ ବିଜୟୀ ହେବା ନିଶ୍ଚିତ।

  • Garvita Odia

    Related Posts

    ଇଂଲଣ୍ଡ ୬୬୯ ରନରେ ଅଲଆଉଟ୍‌, ଲିଡ୍‌ ୩୧୧

    ମାଞ୍ଚେଷ୍ଟର ଟେଷ୍ଟରେ ସମସ୍ତଙ୍କୁ ନିରାଶ କରିଛନ୍ତି ଭାରତୀୟ ବୋଲର। ତୃତୀୟ ଦିନ ଭଳି ୪ର୍ଥ ଦିବସର ପ୍ରଥମ ଦେଢ଼ ଘଣ୍ଟା ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ଅଲଆଉଟ ହୋଇ ଯାଇଛି। ତୃତୀୟ ଦିନରେ ଜୋ…

    ଚତୁର୍ଥ ଟେଷ୍ଟ: ଯଶସ୍ୱୀ, ସୁଦର୍ଶନଙ୍କ ଅର୍ଦ୍ଧଶତକ; ଭାରତ ୪/୨୬୪

    ମାଞ୍ଚେଷ୍ଟର: ବୁଧବାରଠାରୁ ଓଲ୍‌ଡ ଟ୍ରାପୋର୍ଡରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ପୂରା ଶୃଙ୍ଖଳା ପରି ଏହି ମ୍ୟାଚ୍ ରେ ପ୍ରଥମ ଦିନ ବେଶ୍ ସଂଘର୍ଷପୂର୍ଣ ମୁକାବିଲା ଦେଖୁବାକୁ ମିଳିଛି। ଉଭୟ ଦଳ ପ୍ରଥମ ଦିନରେ ସମ୍ମାନ…

    Leave a Reply

    Your email address will not be published. Required fields are marked *

    You Missed

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ ମାନସ ମଙ୍ଗରାଜ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ  ମାନସ ମଙ୍ଗରାଜ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି