୪୫୧୫ କୋଟି ଟଙ୍କାର ୧୯ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୧/୦୮: ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ଦିନ ସବୁଜ ଶକ୍ତି, ଔଷଧ, ବର୍ଜ୍ୟ ପରିଚାଳନା, ପର୍ଯ୍ୟଟନ, ଜୈବ ଇନ୍ଧନ, ଇସ୍ପାତ, ଭିତ୍ତିଭୂମି, ଇଭି, ଆଇଟି, ଖାଦ୍ୟ/ପାନୀୟ ସହିତ ଜଡ଼ିତ ୧୯ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଅନୁମୋଦନ ଲାଭ କରିଥିବା ୪୫୧୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ ୮ ଜିଲାରେ କାର୍ଯ୍ୟକାରୀ ହେଲେ ୮୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏସବୁ ପ୍ରକଳ୍ପ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ପରେ ମିଳିଥିବା ସୂଚନା ଅନୁସାରେ ଆଇନକ୍ସ ସୋଲାର ‌ଢେଙ୍କାନାଳରେ ୨୮୩ କୋଟି ଟଙ୍କା ବିନିଯୋଗରେ ବ୍ୟାଟେରି କାରଖାନା ଏବଂ ଜିନ୍ଦଲ ଷ୍ଟେନସେଲ ଲି. ଯାଜପୁରରେ ୯୦ କୋଟି ବିନିଯୋଗରେ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ସେହିପରି ରାୟପୁରସ୍ଥିତ କମ୍ପାନୀ ଗଞ୍ଜାମ ଜିଲାରେ ୭୫୦ କୋଟି ଟଙ୍କା ନିବେଶରେ ଏକ ସୋଲାର ସେଲ୍‌ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। କମ୍ପାନୀ ୫୧୫ ଜଣଙ୍କୁ ନିଯୁକ୍ତି ଦେବ। ଗ୍ରାଭିଟା ଇଣ୍ଡିଆ କମ୍ପାନୀ ୩୫୦ କୋଟି ଟଙ୍କା ନିବେଶ କରି ଅନୁଗୋଳରେ ଏକ ପୁନଃଚକ୍ରଣ କାରଖାନା ପ୍ରତିଷ୍ଠା କରି ୨୭୦ ଜଣଙ୍କୁ ନିଯୁକ୍ତି ଦେବ। ଷ୍ଟାରକ୍ୟାପ୍ସ ଗ୍ଲୋବାଲ ଏଲ୍‌ଏଲ୍‌ପି ୮୦ କୋଟି ଟଙ୍କା ବିନିମୟରେ ଖୋର୍ଦ୍ଧାରେ ଔଷଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ଜଗତସିଂହପୁରରେ ପଦ୍ମା ହସ୍ପିଟାଲିଟି ପକ୍ଷରୁ ତିନି ତାରକା ହୋଟେଲ ପାଇଁ ୬୦ କୋଟି, ଏସ୍‌ଏନ୍‌ଏମ୍‌ ହୋଟେଲ ଆଣ୍ଡ ରିସୋର୍ଟ ଚାରି ତାରକା ହୋଟେଲ ପାଇଁ ୯୨.୩୨ କୋଟି ଏବଂ ଓରିଶା ଷ୍ଟିଭେଡର୍ସ ଲି. ପାରାଦ୍ବୀପରେ ୨୧୧ କୋଟି ଟଙ୍କାରେ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ। ଭାଇବ୍ରାଣ୍ଟ ସ୍ପିରିଟ୍ସ ଲି. ପକ୍ଷରୁ ସୁନ୍ଦରଗଡ଼ରେ ୫୦ କୋଟି ଟଙ୍କା ବିନିମୟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ସହ ୭୨୫ ଜଣଙ୍କୁ ନିଯୁକ୍ତି ଦିଆଯିବ। ବେଟାବିଲ୍ଡସ୍ ଟେକ୍ନୋଲୋଜିସ ପକ୍ଷରୁ ୧୩୧.୫୫ କୋଟି ଟଙ୍କା ବିନିଯୋଗ କରାଯାଇ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ଏଠାରେ ୪୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ