୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷକତାରେ ଗୁରୁବାର ବସିଥିବା ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି କରିବ।ଯେଉଁସବୁ କ୍ଷେତ୍ରରେ ଏସବୁ ନିବେଶ ଆସିଛି ସେଗୁଡ଼ିକ ମଧ୍ୟରେ ରହିଛି ପୋଷାକ ଏବଂ ବୟନଶିଳ୍ପ, ଇସ୍ପାତ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଏବଂ ପାନୀୟ, ରାସାୟନିକ ପଦାର୍ଥ, ଔଷଧ, ଶକ୍ତି ଏବଂ ନବୀକରଣୀୟ ଶକ୍ତି, ଆଇଟି ଏବଂ ଆଇଟିଇଏସ୍, ପର୍ୟ୍ୟଟନ, ଏବଂ ମହାକାଶ ଏବଂ ପ୍ରତିରକ୍ଷା ।

ଏସବୁ ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସର୍ବାଧିକ ନିବେଶ ପ୍ରସ୍ତାବ ଲୁମିନସ ପାଓ୍ବାର ଟେକନଲୋଜୀ ପକ୍ଷରୁ ଦିଆଯାଇଛି। କମ୍ପାନି ଗୋପାଳପୁରଠାରେ ସୋଲାର ସେଲ ଓ ସୋଲାର ଫଟୋ ଭୋଲଟାଇକ୍ ମଡ୍ୟୁଲ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ । ସେହପରି ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ ଜିଲ୍ଲାରେ ୫୧୦ କୋଟି ଟଙ୍କା ନିବେଶରେ ଏକ ଏୟାର ସେପାରେସନ ୟୁନିଟ ସ୍ଥାପନ କରିବ । ଜଟିଆ ଷ୍ଟିଲ ପକ୍ଷରୁ ଯାଜପୁରରେ ଏକ ଷ୍ଟିଲ ଷ୍ଟ୍ରକଚର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ । ଏଥିପାଇଁ କମ୍ପାନି ୪୫୧ କୋଟି ଟଙ୍କା ନିବେଶ କରିବ । ଅନ୍ୟପକ୍ଷରେ ହିନ୍ଦୁସ୍ତାନ ଆକ୍ବା ପକ୍ଷରୁ ସୁନ୍ଦରଗଡ଼ରେ ୩୨୦ କୋଟି ଟଙ୍କା ବ୍ୟୟରେ ଏକ ବେଭରେଜ ମାନୁଫାକଚରିଂ ୟୁନିଟ୍ ସ୍ଥାପନ କରାଯିବ । ବୋନଭି ଟେକନଲୋଜୀ ଖୋର୍ଦ୍ଧା ଜିଲ୍ଲାରେ ଏକ ଡ୍ରୋନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି । ଏଥିପାଇଁ ୩୦୦ କୋଟି ବ୍ୟୟ ହେବ ।

  • Garvita Odia

    Related Posts

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

    ୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା, ମୋବାଇଲ ଫୋନ, ବାସଗୃହ ପ୍ରଦାନ ଭୁବନେଶ୍ୱର: ଆଜି ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ