୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷକତାରେ ଗୁରୁବାର ବସିଥିବା ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି କରିବ।ଯେଉଁସବୁ କ୍ଷେତ୍ରରେ ଏସବୁ ନିବେଶ ଆସିଛି ସେଗୁଡ଼ିକ ମଧ୍ୟରେ ରହିଛି ପୋଷାକ ଏବଂ ବୟନଶିଳ୍ପ, ଇସ୍ପାତ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଏବଂ ପାନୀୟ, ରାସାୟନିକ ପଦାର୍ଥ, ଔଷଧ, ଶକ୍ତି ଏବଂ ନବୀକରଣୀୟ ଶକ୍ତି, ଆଇଟି ଏବଂ ଆଇଟିଇଏସ୍, ପର୍ୟ୍ୟଟନ, ଏବଂ ମହାକାଶ ଏବଂ ପ୍ରତିରକ୍ଷା ।

ଏସବୁ ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସର୍ବାଧିକ ନିବେଶ ପ୍ରସ୍ତାବ ଲୁମିନସ ପାଓ୍ବାର ଟେକନଲୋଜୀ ପକ୍ଷରୁ ଦିଆଯାଇଛି। କମ୍ପାନି ଗୋପାଳପୁରଠାରେ ସୋଲାର ସେଲ ଓ ସୋଲାର ଫଟୋ ଭୋଲଟାଇକ୍ ମଡ୍ୟୁଲ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ । ସେହପରି ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ ଜିଲ୍ଲାରେ ୫୧୦ କୋଟି ଟଙ୍କା ନିବେଶରେ ଏକ ଏୟାର ସେପାରେସନ ୟୁନିଟ ସ୍ଥାପନ କରିବ । ଜଟିଆ ଷ୍ଟିଲ ପକ୍ଷରୁ ଯାଜପୁରରେ ଏକ ଷ୍ଟିଲ ଷ୍ଟ୍ରକଚର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ । ଏଥିପାଇଁ କମ୍ପାନି ୪୫୧ କୋଟି ଟଙ୍କା ନିବେଶ କରିବ । ଅନ୍ୟପକ୍ଷରେ ହିନ୍ଦୁସ୍ତାନ ଆକ୍ବା ପକ୍ଷରୁ ସୁନ୍ଦରଗଡ଼ରେ ୩୨୦ କୋଟି ଟଙ୍କା ବ୍ୟୟରେ ଏକ ବେଭରେଜ ମାନୁଫାକଚରିଂ ୟୁନିଟ୍ ସ୍ଥାପନ କରାଯିବ । ବୋନଭି ଟେକନଲୋଜୀ ଖୋର୍ଦ୍ଧା ଜିଲ୍ଲାରେ ଏକ ଡ୍ରୋନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି । ଏଥିପାଇଁ ୩୦୦ କୋଟି ବ୍ୟୟ ହେବ ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

    ଭୁବନେଶ୍ୱର:କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ