୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

ଅହମଦାବାଦ: ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ଯୁବ ସନ୍ତରଣକାରୀ ସାଇ ସ୍ବରୂପ ସ୍ବାଇଁ ଚମତ୍କାର ପ୍ରଦର୍ଶନ କରି ୩ (୨ ସ୍ବର୍ଣ୍ଣ, ୧ କାଂସ୍ୟ) ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଅହମଦାବାଦରେ ଆୟୋଜିତ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଥମ ପୁରୁଷ ସନ୍ତରଣକାରୀ ଭାବେ ବୁଧବାର ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିବା ଏହି ବିସ୍ମୟ ବାଳକ ଗୁରୁବାର ଶେଷ ଦିନରେ ଆଉ ଗୋଟିଏ ସ୍ବର୍ଣ୍ଣ ପାଇଛନ୍ତି। କର୍ଣ୍ଣାଟକର ରିୟାଂଶ କାଣ୍ଠି (୧:୧୨.୦୧) ଏବଂ କେରଳର ଅଭିଜିତ ପି (୧:୧୩.୮୦) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।
ପୂର୍ବରୁ ୨୦୦ ମିଟର (୨:୩୧.୫୦) ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଏବଂ ୫୦ ମିଟର (୩୨.୯୫‌) ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ କାଂସ୍ୟ ଜିତିଥିବା ସାଇସ୍ବରୂପ ଗୁରୁବାର ‌ବାଳକ ୧୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌-୨ରେ ସ୍ବର୍ଣ୍ଣ ଜିତିଛନ୍ତି। ଫାଇନାଲ୍‌ ରେସ୍‌କୁ ସେ ୧ ମିନିଟ୍‌ ୧୦.୬୧ ସେକେଣ୍ଡ୍‌ରେ ଶେଷ କରି ଏହି ପଦକ ପାଇଥିଲେ। ସାଇସ୍ବରୂପଙ୍କ ଏହି ୩ ପଦକ ବଳରେ ଓଡ଼ିଶା ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛି।

  • Related Posts

    ଏସିଆ କପ୍‌ : ଚଳିତମାସ ୩ୟ ସପ୍ତାହରେ ଭାରତୀୟ ଦଳ ଘୋଷଣା

    ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ପାଇଁ ଭାରତୀୟ ଦଳର ଘୋଷଣା ଚଳିତମାସ ୩ୟ ସପ୍ତାହରେ ହେବ। ଏହି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଶୁଭମନ ଗିଲ୍‌, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କ ପରି ଯୁବ ବ୍ୟାଟ୍‌ସମ୍ୟାନଙ୍କୁ…

    ଭାରତୀୟ ହକି ଦଳରେ ଓଡ଼ିଶାରୁ ୩

    ଭୁବନେଶ୍ବର: ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ‌ସୋମବାର ୨୪ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବଭାର ପୂର୍ବପରି ହର୍ମନପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ