୫ ବର୍ଷ ପୂର୍ବରୁ ସରକାରକୁ ଫେରିବା ଅବାସ୍ତବ: ବ୍ରଦି ପାତ୍ର

ଭୁବନେଶ୍ୱର: ବିଜେଡି ପୁଣି ସରକାରକୁ ଫେରିବା ବ୍ରାନବାଜିକୁ ନେଇ ବଦ୍ରି ପାତ୍ର କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା । ଯେଉଁ ବିଜେଡି ନେତା ଏଭଳି କଥା କହୁଛନ୍ତି ତାହାର କୌଣସି ଯଥାର୍ଥତା ନାହିଁ । ବିଜେଡି ଏବେ କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା । ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ସେକଥା ମୁଁ ଜାଣିନାହିଁ । ନବୀନ ବାବୁ ଏକଥା କହିବାକୁ ସେମାନଙ୍କୁ କହିଛନ୍ତି କି ନାହିଁ ତାହା ମଧ୍ୟ ମୁଁ ଜାଣିନାହିଁ । ବିଜେପି ସାଙ୍ଗରେ ସମଦୂରତାରେ କଂଗ୍ରେସ ସହ ବିଜେଡି କେବେ ନଥିଲା । ଯେଉଁମାନେ କହୁଛନ୍ତି ସେମାନଙ୍କ ମତି ବିଭ୍ରାଟ ହୋଇଛି, ଅଧିକ ନିନ୍ଦିତ ହେଉଛନ୍ତି ।

ପ୍ରକାଶ ଯେ ବିଜେଡିକୁ ଛାଡ଼ୁନି କି କ୍ଷମତା ନିଶା। ନବୀନ ପଟ୍ଟନାୟଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜଣେ ପରେ ଜଣେ ବିଜେଡି ନେତା ବୟାନ ଦେଇ କର୍ମୀଙ୍କୁ ଦେଖାଉଛନ୍ତି ରଙ୍ଗୀନ ସ୍ୱପ୍ନ। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମୁନା ଖାନ୍ନ ଓ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପୂର୍ବତନ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ।

ଗତକାଲି କବି ସୂର୍ୟ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେ ଲତିକା କହିଛନ୍ତି, ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲତିକା।ସେ କହିଛନ୍ତି, ଆଗାମୀ ଦିନରେ ପୁଣି ଥରେ ଲଢ଼େଇ ହେବ। ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା। ଏହି ସମୟ ବହୁତ ଦୂର ନାହିଁ। ଖୁବ୍‌ କମ୍‌ ସମୟ ଭିତରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଆପଣମାନଙ୍କୂ ଯେଉଁ ସୁବିଧା ସୁଯୋଗ ଦେଇଥିଲେ, ପୁଣି ଥରେ ଫେରିଆସିବ। ଓଡ଼ିଶାବାସୀ ପୁଣି ଥରେ ହସିବେ। ସେହି ଭରସା,ବିଶ୍ୱାସ ଓ ସହଯୋଗ ଆପଣ ମାନଙ୍କର ରହିବା ଦରକାର।

ସୂଚନାଯୋଗ୍ୟ, କିଛି ଦିନ ତଳେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ କର୍ମୀଙ୍କୁ ଗଣିତ ବୁଝାଇଥିଲେ ଅତନୁ ସବ୍ୟସାଚ୍ଚୀ ନାୟକ।ସେ କହିଥିଲେ, ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କୁ ମୁଁ ଭରସା ଦେଉଛି, ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଅତନୁ କହିଥିଲେ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ