୭ରୁ ଜନତା ମଇଦାନରେ ଭାରତୀୟ ସଡ଼କ ସମ୍ମେଳନ

ଭୁବନେଶ୍ୱର: ନଭେମ୍ବର ୭ରୁ ୧୦ ପର୍ୟ୍ୟନ୍ତ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆନ ରୋଡ କଂଗ୍ରେସ (ଆଇଆରସି)ର ୮୪ତମ ସମ୍ମିଳନୀରେ ଦେଶ ଦେଖିବ ଓଡ଼ିଆ ଅସ୍ମିତାର ଝଲକ। ଓଡ଼ିଶାର କଳା, ସଂସ୍କୃତି ସହିତ ପର୍ୟ୍ୟଟନ, ହସ୍ତଶିଳ୍ପ, ହସ୍ତତନ୍ତ ସମେତ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ବାଦ ନେବେ ଅତିଥି। ଓଡ଼ିଶାରେ ୬ଷ୍ଠ ଥର ପାଇଁ ଆୟୋଜିତ ହେଉଥିବା ଏହି ସଡ଼କ ମହାକୁମ୍ଭ ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

ସୂଚନା ଅନୁସାରେ ଏହି ସମ୍ମିଳନୀରେ ଭିଭିଆଇପି, ଭିଆଇପିଙ୍କ ସମେତ ୨୦୦୦ରୁ ଅଧିକ ଲୋକ ଯୋଗଦେବେ। ସେମାନଙ୍କ ରହିବା ପାଇଁ ଇତିମଧ୍ୟରେ ଭୁବନେଶ୍ବରରେ ଥିବା ୩ ତାରକାରୁ ନେଇ ୫ ତାରକା ପର୍ୟ୍ୟନ୍ତ ହୋଟେଲରେ ୧୦୫୦ କୋଠରି ବୁକ୍ ହୋଇସାରିଛି। ଅତିଥିଙ୍କ ଯିବା ଆସିବା ପାଇଁ ୬୨୦ କାର୍ ଯୋଗାଇ ଦିଆଯିବ। ଆଇଆରସି ମଞ୍ଚରେ ଓଡ଼ିଆ କଳାକାରଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ ସହିତ ସମ୍ମିଳନୀ ପରିସରରେ ଓଡ଼ିଆ କଳା ସଂସ୍କୃତି ଆଧାରିତ ବିଭିନ୍ନ କାରୁକାର୍ୟ୍ୟ ସ୍ଥାନ ପାଇବ। ଖୋଲା ଆକାଶ ତଳେ ସ୍ଥାନିତ ହେବାକୁ ଥିବା ଫୁଡ୍ କୋର୍ଟରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ଅତିଥିଙ୍କ ପାଇଁ ପରଶା ଯିବ। ଏଥିସହ ବିଭିନ୍ନ ସ୍ଥାନରେ ୫ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ବ୍ୟବସ୍ଥା କରାଯିବ।
ସମ୍ମିଳନୀ ଅବସରରେ ଅତିଥିଙ୍କୁ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ସୁବିଧା ଉପଲବ୍ଧ କରାଯିବ। ସଭା ସ୍ଥଳ ଏବଂ ବିଭିନ୍ନ ପର୍ୟ୍ୟଟନ ତଥା ଧାର୍ମିକ ସ୍ଥଳ ପରିଦର୍ଶନ ସମୟରେ ଅତିଥିଙ୍କ ସୁରକ୍ଷା ଦାୟିତ୍ବ ଗୃହ ବିଭାଗ ଏବଂ ଜିଲା ପ୍ରଶାସନ ଉପରେ ରହିବ। ସେହିପରି ଅତିଥିଙ୍କ ପାଇଁ ଓଡ଼ିଆ ପରମ୍ପରା ଆଧାରିତ ବିଷୟବସ୍ତୁକୁ ନେଇ ବୟନିକା ଓ ଉତ୍କଳିକା ପକ୍ଷରୁ ୨୫୦୦ କିଟ୍ ଯୋଗାଇ ଦିଆଯିବ। ୮୪ତମ ଆଇଆରସି ବାର୍ଷିକ ସମ୍ମିଳନୀ ପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ଏବଂ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ। ଭୁବନେଶ୍ବର, କଟକ, ପୁରୀ ଜିଲାରେ ବିରାଟକାୟ ହୋର୍ଡିଂ ଲଗାଯିବ, ଯେଉଁଥିରେ ଓଡ଼ିଆ ପରମ୍ପରା, ପର୍ୟ୍ୟଟନସ୍ଥଳର ଝଲକ ଦେଖିବାକୁ ମିଳିବ। ବିମାନବନ୍ଦର, ରେଳ ଷ୍ଟେସନ, ମୁଖ୍ୟ ସଡ଼କ, ଅତିଥି ରହୁଥିବା ହୋଟେଲ ଆଦି ନିକଟରେ ହୋର୍ଡିଂ ଲଗାଯିବ।

ଅପରପକ୍ଷେ ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ଅତିଥିଙ୍କୁ ପାରମ୍ପରିକ ରୀତି ନୀତିରେ ସ୍ବାଗତ କରାଯିବ। ଉଭୟ ସ୍ଥାନରେ ସରକାରଙ୍କ ପକ୍ଷରୁ ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ୮୪ତମ ଆଇଆରସି ସମ୍ମିଳନୀ ସମ୍ପର୍କରେ ପ୍ରଚାର ପ୍ରସାର କରାଯିବ। ଉଦ୍ୟାନ କୃଷି ବିଭାଗ ଏବଂ ବିଡିଏ ପକ୍ଷରୁ ଭୁବନେଶ୍ବରକୁ ଆକର୍ଷଣୀୟ ପୁଷ୍ପ, ବୃକ୍ଷରେ ସଜ୍ଜିତ କରାଯିବ। ନଭେମ୍ବର ୫ରୁ ୧୦ ତାରିଖ ମଧ୍ୟରେ ସମ୍ମିଳନୀ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଶକ୍ତି ବିଭାଗକୁ ନିର୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସହିତ ଆଇଆଇଟି, ଏନ୍ଆଇଟି, ଭିସୁଟ୍, ଆଇଏମ୍‌ଏମ୍‌ଟି ଭଳି ଜାତୀୟ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଶିକ୍ଷାବିତ୍, ବିଦ୍ବାନ, ବିଶେଷଜ୍ଞ ଯୋଗଦେବା କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ଦେଶର ସଡ଼କଗୁଡ଼ିକୁ କିପରି ଅଧିକ ଉପଯୋଗୀ ଏବଂ ସୁରକ୍ଷିତ କରିହେବ ତାହା ଉପରେ ଆଲୋଚନା ହେବ। ଏହା ପୂର୍ବରୁ ଭୁବନେଶ୍ବରରେ ୧୯୫୪, ୧୯୮୨, ୧୯୯୪, ୨୦୦୫, ୨୦୧୫ରେ ଆଇଆରସି ଆୟୋଜିତ ହୋଇଥିଲା।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ