୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ଉତ୍କଣ୍ଠା ବଢିଛି । ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର କରାଯିବ । ୮ ଶହ ଏକରରୁ ନୂଆ ସିଟି ପ୍ରୋଜେକ୍ଟରେ ରହିଛି ୭୦ ପ୍ରତିଶତ ସରକାରୀ ଜାଗା । ଫରେଷ୍ଟ ଜାଗା ୨ ଶହ ଏକର । ବେସରକାରୀ ୨୬ ଏକର ଜମି ଅଧିଗ୍ରହଣ କରାଯିବ । ସମସ୍ତ ଚୁକ୍ତି ହୋଇସାରିଛି । ମାଷ୍ଟରପ୍ଲାନ ସରିଲେ କାମ ଆରମ୍ଭ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବ ।
ସେହିପରି ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଁ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି । ଦୋଲେରା ଗିପ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି । ନୂଆ ସହ ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାର ଡିପିଆର ସିଙ୍ଗାପୁର ସରକାର ପ୍ରସ୍ତୁତ କରୁଥିବା ବେଳେ ଆବଶ୍ୟକ ଅର୍ଥ ସେମାନଙ୍କୁ ଦିଆଯାଇଛି । ଆସନ୍ତା ଏକ ମାସରୁ ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛି ବୋଲି କହିଛନ୍ତି ।

  • Related Posts

    ଘରେ ଫାଟିଲା ଗ୍ୟାସ ଟାଙ୍କି ; ୩ ଆହତ

    ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ…

    Continue reading
    ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

    କଟକ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। କଟକ ଜିଲ୍ଲା ବଡ଼ମ୍ବା ଥାନା କୁସାପାଳ ଗାଁର ନରେଶ ନାୟକଙ୍କର ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ନରେଇଜାନୀ ନିକଟରେ ଥିବା ଏକ ଫାର୍ମ ହାଉସ ରେ ଗତକାଲି ରାତ୍ରିରେ ହାତୀ ପଶିଥିଲା।ହାତୀ ଘଉଡାଇବାକୁ ଯାଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ