ଅଙ୍ଗନବାଡ଼ି କର୍ମୀଙ୍କୁ ବୀଭତ୍ସ ହତ୍ୟା

ସୁନ୍ଦରଗଡ଼: ବିବାହ କରିବାକୁ ରାଜି ନ ହେବାରୁ ରାସ୍ତାରେ ଏକାକି ଦେଖି ଫାର୍ସାରେ ହାଣି ମାରିଦେଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମର ଅଙ୍ଗନବାଡ଼ି  କର୍ମୀ ଦିବ୍ୟାଭାରତୀ ଅଢ଼ା (୨୩)ଙ୍କୁ ବୁଧବାର ମଧ୍ୟାହ୍ନରେ  ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକତରଫା ପ୍ରେମରୁ  ଗ୍ରାମର ଶରତ କଉଡ଼ି (୨୪) ଏଭଳି ନାରକୀୟ କାଣ୍ଡ  ଘଟାଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ  କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର  ହୋଇଯାଇଛି । ପୁଲିସ୍‌ ଘଟଣାର ତଦନ୍ତ କରୁଛି ।
ଅଭିଯୋଗ ଅନୁଯାୟୀ, ପୂର୍ଣ୍ଣା  ଗ୍ରାମର ଧନୁର୍ଜୟ ଅଢ଼ା ଏବଂ ସଂଯୁକ୍ତା  ଅଢ଼ାଙ୍କ ୩ ସନ୍ତାନଙ୍କ ମଧ୍ୟରେ ମଝିଆ  ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି  କର୍ମୀ ଥିଲେ । ବୁଧବାର ସ୍କୁଲ ଛୁଟି  ପରେ ପ୍ରାୟ ସାଢ଼େ ୧୨ଟାରେ ଘରକୁ  ଫେରୁଥିବାବେଳେ ଗାଁ ବସ୍ତି ରାସ୍ତାରେ  ତାଙ୍କୁ କେହି ଫାର୍ସାରେ ହାଣି ହତ୍ୟା  କରିଥିଲା । ରାସ୍ତାରେ ରକ୍ତ ଜୁଡୁବୁଡୁ  ମୃତଦେହ ପଡ଼ିଥିବା ନେଇ ଅଙ୍ଗନବାଡ଼ି  କେନ୍ଦ୍ରର ସହାୟିକାଙ୍କଠାରୁ ପରିବାର ଲୋକେ ସୂଚନା  ପାଇ ହତ୍ୟାକାଣ୍ଡ ସ୍ଥଳକୁ ଯାଇଥିଲେ ।

ସୂଚନା ପାଇ  ପୁଲିସ୍‌ ପହଞ୍ଚି ତନାଘନା କରିଥିଲା ।  ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୩୦  ମିଟର ଦୂରରୁ ରକ୍ତଭିଜା ଫାର୍ସାକୁ ଜବତ  କରାଯାଇଛି । ମୃତଦେହ ହେମଗିର  ସ୍ୱାସ୍ଥ୍ୟକେନ୍ଦ୍ର ମର୍ଗହାଉସ୍‌ରେ ରଖାଯାଇଛି ।  ଗୁରୁବାର ବ୍ୟବଚ୍ଛେଦ କରାଯିବ । ମୃତ ଅଙ୍ଗନବାଡ଼ି କର୍ମୀଙ୍କ ମା’  ସଂଯୁକ୍ତାଙ୍କ କହିବା କଥା, ଗ୍ରାମର ଶରତ  ଝିଅ ଦିବ୍ୟାଭାରତୀକୁ ବିବାହ କରିବାକୁ ଜିଦ୍‌  କରୁଥିଲା । ବିବାହ ନ କଲେ ମାରିଦେବ  ବୋଲି ଧମକ ଦେଇଥିଲା । ସେ ହିଁ ଝିଅକୁ ହତ୍ୟା  କରିଛି ବୋଲି ସଂଯୁକ୍ତା ଅଭିଯୋଗରେ ଦର୍ଶାଇଛନ୍ତି ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ