ଅତିରିକ୍ତ ଜମାରାଶି ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ : କଂଗ୍ରେସ

ଭୁବନେଶ୍ବର: ଟାଟା ପାୱାରର ଶୋଷଣ, ଏମଜିଏନଆରଇଜିଏସ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ପରିବର୍ତ୍ତନ ତିନି ଗୁରୁତର ସମସ୍ୟାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ ଭକ୍ତ ଦାସ କହିଲେ ଟାଟା ପାୱାର ଅତିରିକ୍ତ ଜମାରାଶି ତଥା ମିଟର ଏବଂ ବିଲରେ ଚଞ୍ଚକତା କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛି, ତେଣୁ ଏହାର ବିରୁଦ୍ଧରେ କଂଗ୍ରେସ ଏକ ଜନ ଜାଗରଣ ଆରମ୍ଭ କରିବ। ଜି ରାମ ଜି ପ୍ରତ୍ୟାହାର କରିବାକୁ ପଡିବ। ଦଳିତ, ଆଦିବାସୀ ଓ ପଛୁଆ ଗରିବ ଲୋକମାନେ କାମ ଅନ୍ୱେଷଣରେ ଶୋଷିତ ହେଉଥିଲେ ତାଙ୍କର ଅବସ୍ଥା ଦୟନୀୟ ଥିଲା କିନ୍ତୁ ରାଇଟ ଟୁ ୱାର୍କରେ ୟୁପିଏ-୧ ରୁ ୨୦୧୪ ପର୍ୟ୍ୟନ୍ତ ଶ୍ରୀମତୀ ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ଥିଲେ ଓ ନ୍ୟାସନାଲ ଏଡ଼ ଭାଇଜରି କମିଟିରେ ରାଜ୍ୟର ତଥା ଦେଶର ସମସ୍ତ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତ ଓ ସମସ୍ତଙ୍କୁ କର୍ମଯିବି କରିବା ପାଇଁ ଗୋଟିଏ ରଚନାତ୍ମକ କାଯ୍ୟକ୍ରମ ଯେଉଁଟା ଗାନ୍ଧିଜୀଙ୍କ ନିର୍ଦେଶ ତଥା ରଚନାବଳି ଅନୁସାରେ ମହାତ୍ମା ଗାନ୍ଧୀଙ୍କ ନାମରେ ଦିଆଯାଇଥିଲକ୍ଷ ଓ ସେଥିରେ ସମସ୍ତ ଦେଶ ବାସି ଖୁସି ହେଇଥିଲେ। ଗରିବ ଲୋକଙ୍କୁ କାଯ୍ୟ ଦେବେ ନଚେତ ପଇସା ଦେବେ କିନ୍ତୁ ଏ ସରକାର ଏଇ ଆଇନକୁ ଛିହ୍ନଭିନ୍ନ କରିଛନ୍ତି କ୍ଷ ତେଣୁ ତାକୁ ପ୍ରତ୍ୟାହାର କରିବା ଆବଶ୍ୟକ ଅଛି। ପତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ୨୬ ଡିସେମ୍ବର ଦିନ ରାଲି ହେବ ଏବଂ ଟାଟା କମ୍ପାନୀ ବିରୁଦ୍ଧ ରେ ସାଧାରଣ ସଭା ହେବ ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ। ଡିସେମ୍ବର ୩୦ ଆଗରୁ ଅତିରିକ୍ତ ଜମା ରାଶିକୁ ପ୍ରତ୍ୟାଖାନ କରିବାକୁ ପଡିବ। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଓଡିଶା ଜନତାଙ୍କ ସାଙ୍ଗେ ରାଜ୍ୟ ସରକାର ଠିଆ ହୁଅନ୍ତୁ। ନଚେତ ଆଇନ ଅମାନ୍ୟ ଆରମ୍ଭ ହେବ ଏବଂ ଯେତେବେଳ ପଯ୍ୟନ୍ତ ଟାଟା କମ୍ପାନୀ ବିଦା ହେବ ନାହିଁ ସେତେବେଳ ପଯ୍ୟନ୍ତ ସେ ଆନ୍ଦୋଳନ ଚାଲିବ ଏବଂ ଡିସେମ୍ବର ୨୯ ରେ ଯେତେ ବିଜୁଳି ବିଭାଗ ଅଛି ତାକୁ ସମ୍ପୂର୍ଣ ଭାବେ ରଦ୍ଦ କରାଯିବ। ଜୋରଦାର ଆନ୍ଦୋଳନ ହେବ। ଓଡିଶାରେ ଏତେ ଖଣିଜ ସମ୍ପଦ ଅଛି ଗୋଟେ ମିନିଟରେ ଏହାର ସମାଧାନ ହେଇ ପାରି। ଓଡିଶା ପାଇଁ ଟାଟା କମ୍ପାନୀ ବଞ୍ଚିକି ଅଛି। ଯଦି ଏ ଟାଟା କମ୍ପାନୀ ଓଡିଶାରେ ରହିବାର ଅଛି ତୁରନ୍ତ ଏହା ପ୍ରତ୍ୟାହାର କରୁ। ନଚେତ କମ୍ପାନୀକୁ ତଡି ଦିଆଯିବ ବୋଲି ନିଷ୍ପତି ହେଇଛି। ୨୨ ତାରିଖରେ ପ୍ରତ୍ୟେକ ଜିଲ୍ଲା ରେ ପଦଯାତ୍ରା ମାଧ୍ୟମରେ ସମସ୍ତ କର୍ମକର୍ତା ମାନଙ୍କୁ ନେଇ ମହାତ୍ମା ଗାନ୍ଧୀ ନରେଗାକୁ ଯେଉଁ ପରିବର୍ତନ କରିଛନ୍ତି ତାକୁ ଭାରତ ସରକାର ପ୍ରତ୍ୟାହାନ କରନ୍ତୁ ବୋଲି ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସମ୍ମିଳନୀର ଅନ୍ୟତମ ସଦସ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ, ଯଦି କଂଜପସନ ଅଧିକ ହେଲା ବିଲ୍ ବଢିବ ନଚେତ କମିବ କ୍ଷ ଗତବର୍ଷ କମିଛି ଏବଂ କମିବକ୍ଷ ପରେ କେଉଁ ଉପଭୋକ୍ତାକୁ ଅର୍ଥ କମ୍ପାନୀ ଫେରେଇଛି କି? ଏବଂ ତାହାର କିଛି ଡାଟା ଦେଇଛି କି? ଆପଣ ମାନେ ଜାଣିବା ଉଚିତ ଯେ ପାଖାପାଖୀ ୮୬ ହଜାର କୋଟି ଟଙ୍କକ୍ଷ ଲାଭ ହୋଇଛି କିନ୍ତୁ ତାର କିଛି ଡାଟା ନାହିଁ। କକୁଆଡେ ଗଲା ସେ ଟଙ୍କ।? ପୁଣି କମ୍ପାନୀ ପକ୍ଷରୁ ଅତିରିକ୍ତ ଜମାରାଶି କରିବାକୁ ଉପଭୋକ୍ତା ମୁଣ୍ଡରେ ଲଦିବା ଆଦୌ ଗ୍ରହଣୀୟ ନୁହେଁ? ତେଣୁ ରାଜ୍ୟଵ୍ୟାପୀ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ଆନ୍ଦୋଳନ କରିବାର ଆବଶ୍ୟକତା ଅଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ଜଣେ ଗୁଜରାତି ମହାତ୍ମା ଗାନ୍ଧିଜୀ ଯିଏ ଇଂରେଜ ମାନଙ୍କୁ ଭାରତଛାଡ ଆନ୍ଦୋଳନ କରି ଇଂରେଜଙ୍କୁ ତଡିଥିଲେ ଏବଂ ଆଊ ଦୁଇଜଣ ଗୁଜୁରାତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ବାହାର କମ୍ପାନୀ ମାନଂକଙ୍କୁ ଭାରତଙ୍କୁ ଆଣିଲେ ଯେମିତି ଗାନ୍ଧିଜୀ ଇଂରେଜ ମାନଂକୁ ଭାରତ ଛାଡ ଡାକରା ଦେଇଥିଲେ ଠିକ ସେମିତି ଆମର ଗୋଟିଏ ନାରା ଟାଟା କମ୍ପାନୀ ଓଡିଶା ଛାଡ।
କୃଷକଙ୍କ ଉତ୍ପାଦିତ ଧାନ କିଣାରେ ବ୍ୟାପକ ଅବହେଳା ଯୋଗୁଁ ଚାଷୀ ରାସ୍ତାରେ ଧାରଣାରେ ବସିଛି ଏବଂ ମିଲର ଟଙ୍କା ଗଣୁଛି। ମହାତ୍ମା ଗାନ୍ଧୀଙ୍କ ନାମ ପରିବର୍ତ୍ତନ କରିବା ଗଣତନ୍ତ୍ର ପ୍ରତି ଏକ ଆହ୍ୱାନ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ନେତୃତ୍ୱଙ୍କ ସହ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶରତ ରାଉତ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଥିବାବେଳେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ