ଅନଲାଇନ୍ ଗେମିଂ ବିଲ୍‌-୨୦୨୫ ପାସ୍

ଲୋକସଭାରେ ପାସ୍ ହୋଇଛି ଅନଲାଇନ୍ ଗେମିଂ ବିଲ୍‌-୨୦୨୫। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍‌ରେ Promotion and Regulation of Online Gaming Bill ପାରିତ ହୋଇଛି। ଲୋକସଭାରେ ଏହା ପାରିତ ହୋଇଥିବା ବେଳେ ରାଜ୍ୟସଭାର ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।
ଏହା ଆଇନରେ ପରିଣତ ହେଲେ ଟଙ୍କା ଲଗାଣକାରୀ Dream11ଓ My11Circle ଭଳି ଫ୍ୟାଣ୍ଟାସୀ ଆପ୍‌ ଭାରତରେ ବ୍ୟାନ ହୋଇଯିବ। ଅନଲାଇନ୍ ଗେମ୍‌ ଅନେକ ଲୋକଙ୍କ ଜୀବନ ନେଉଛି। ୩୧ ମାସରେ ୩୨ ଜଣ ଲୋକ ଅନ୍‌ଲାଇନ୍ ଗେମ୍ ଖେଳି ପ୍ରାଣ ହରାଇଛନ୍ତି। ଅନଲାଇନ୍ ଗେମ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ବିଲରେ କୁହାଯାଇଛି ଯେ ଯଦି କୌଣସି କମ୍ପାନୀ ରିୟଲ ମନି ଗେମ୍ସର ସୁବିଧା ଉପଲବ୍ଧ କରନ୍ତି, ତା’ହେଲେ ଏଥିପାଇଁ ୩ ବର୍ଷର ଜେଲ ଓ ୧ କୋଟି ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ଏପରି ଗେମିଂ ଆପ୍‌ର ବିଜ୍ଞାପନ କଲେ ବା ପ୍ରଚାର ପ୍ରସାର କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଲାଗୁ କରାଯିବ।ଅନଲାଇମ ଗେମିଂ ବିଲ ବା ଅନଲାଇନରେ ବିଭିନ୍ନ ପ୍ରକାରର କ୍ରୀଡ଼ାକୁ ନେଇ ହେଉଥିବା ଜୁଆ ଉପରେ ରୋକ ଲାଗିବ। ସରକାରଙ୍କ ଏପରି ପଦକ୍ଷେପ ଇ-ସ୍ପୋର୍ଟସ ଶିଳ୍ପକୁ ଉତ୍ସାହିତ କରିଥିବା ବେଳେ ମଲ୍ଟି ବିଲିୟନର ରିୟଲ ମନି ଗେମିଂ ମାର୍କେଟରେ ଆତଙ୍କ ସୃଷ୍ଟି କରିଛି।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ