ଅନୁରାଗ ପଣ୍ଡାଙ୍କୁ ଜୀବନ ସାଥୀ କଲେ ଏଲିନା

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ। ରିଲ୍ ନୁହେଁ ରିଏଲ୍ ଲାଇଫରେ ତାଙ୍କର ବାଜିଛି ସାହାନାଇ। ସାତଜନ୍ମର ସାଥି ପାଇଛନ୍ତି ଏଲିନା। ସିକ୍ରେଟ ମ୍ୟାରେଜ୍ କରି ଫ୍ୟାନଙ୍କୁ ସରପ୍ରାଇଜ୍ କରିଛନ୍ତି। ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ଜୀବନ ସାଥୀ କରିଛନ୍ତି ଏଲିନା। ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିରେ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ନିଜେ ଏଲିନା ବିବାହ ସମୟର ଫଟୋ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଇ ଲଭ ବାର୍ଡଙ୍କର ଏବେ ବିବାହକୁ ନେଇ ସେମିତି କୌଣସି ଖବର କି ଚର୍ଚ୍ଚା ବି ନଥିଲା।ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଏପରିକି ଓଲିଉଡରେ ବି ଏହି ଖବର ନଥିଲା।ବିବାହ ପରେ ଅନୁରାଗ ଓ ଏଲିନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତରଙ୍ଗ ଟିଭିର ‘କିଏ ହେବ ମୋ ହିରୋଇନ୍’ ରିଆଲିଟି ଶୋ’ର ବିଜେତା ହେବା ପରେ ‘ଇସ୍କ ତୁ ହି ତୁ’ ଫିଲ୍ମ ଜରିଆରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ ଏଲିନା। ତା’ପରଠୁ ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର
ପରିଚୟ ସୃଷ୍ଟି କରିଛନ୍ତି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ