ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ । ଏଥରର ଶୀର୍ଷକ ରହିଛି “ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଓ କୃଷି ଐତିହ୍ୟରେ ମହିଳାଙ୍କ ଭାଗିଦାରୀ” । ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଉଛି । କୃଷିରେ ପୁରୁଷଙ୍କ ଭଳି ମହିଳାଙ୍କ ଭାଗିଦାରୀ ମଧ୍ୟ ଅନୁରୂପ ଅଟେ। ସେଇମାନେ ହିଁ ପ୍ରକୃତରେ ଆମର ପାରମ୍ପରିକ ଖାଦ୍ୟ ଶସ୍ୟର ସଂରକ୍ଷକ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନିଟରିଂ କମିଟିର ବୈଠକ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଏବଂ ଉଦଯାପନୀ ସମାରୋହରେ ମହାମହିମ ରାଜ୍ୟପାଳ ଯୋଗଦେବେ । ଦେଶ ବିଦେଶରୁ ବହୁ କୃଷିବିତ୍, ବୈଜ୍ଞାନିକ, ମହିଳା କୃଷି ଉଦ୍ୟୋଗୀ, ଏନଜିଓ, ଏଫପିଓ, ଅନ୍ତର୍ଜାତୀୟ ସଂସ୍ଥା ଯଥା ଏଫଏଓ, ଏମଏସଏସଆରଏଫ, ଆଇଏଫପିଆରଆଇ, ଏସଇଡବ୍ଲୁଏ ଆଦି ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ବହୁ ସଂଖ୍ୟକ ଚାଷୀ, ଉଦ୍ୟୋଗୀ, ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଚଳିତବର୍ଷର ମାସ୍କଟ ମିଲି ମଧ୍ୟ ମୟୁରଭଞ୍ଜର ପ୍ରଖ୍ୟାତ ଫୁଟା ଶାଢ଼ୀ ପରିହିତା ଭାବେ ନଜର ଆସିବ ।

ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଓୟୁଏଟି ଡିନ ଡ଼ ପ୍ରସନ୍ନଜିତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆୟୋଜନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ