ଅପରେସନ ସିନ୍ଦୂର ବିତର୍କ: ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

ଭୁବନେଶ୍ବର : ସଂସଦରେ ଅପରେସନ ସିନ୍ଦୂର ଉପରେ ମହା ବିତର୍କ ଆଉ ଓଡ଼ିଶାରେ ଏହାକୁ ନେଇ ରାଜନୈତିକ ବାଦ ବିବାଦ ।ରାଜ୍ୟସଭାରେ ଅପରେସନ ସିନ୍ଦୂର ଆଲୋଚନା ବେଳେ ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଅପରେସନ ସିନ୍ଦୂରକୁ ବିଜେଡିର ସମର୍ଥନ ଉପରେ କଂଗ୍ରେସ ଉଠାଇଛି ପ୍ରଶ୍ନ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଏଥିରୁ ସ୍ପଷ୍ଟ ବିଜେଡି ବିଜେପିକୁ ଡରିଯାଇଛି । ବିଜେଡି ଯଦି ଅପରାଧୀ ନୁହେଁ ତେବେ ବିଜେପିକୁ କାହିଁକି ସମର୍ଥନ ଦେଉଛି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଭକ୍ତ କହିଛନ୍ତି ଇଡି, ସିବିଆଇ ବିଜେଡି ନେତାଙ୍କ ବେକରେ ଝୁଲିଛି । ତେଣୁ ବିଜେଡି ଆଉ ମୁଖ୍ୟ ବିରୋଧିର ଦାୟିତ୍ୱ ନିର୍ବାହ କରିପାରିବ ନାହିଁ । ଯଦି ବିଜେଡି ସତରେ ନାରୀଙ୍କ ନ୍ୟାୟ ପାଇଁ ଲଢେଇ କରୁଛି ତେବେ ଆସନ୍ତା ବିଧାନସଭା ଅଧିବେଶନରେ ମୁଖ୍ୟ ବିରୋଧୀ ଦଳ ଭାବରେ କାର୍ୟ୍ୟକରି ଦେଖାଉ ବୋଲି ଭକ୍ତ କହିଛନ୍ତି ।

ବିଜେଡି କିନ୍ତୁ କଂଗ୍ରେସ କଥାକୁ ଗୁରୁତ୍ବ ଦେଇନି । ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହଁ । ଦେଶର ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ । ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର । ଯୁଦ୍ଧ କ୍ଷେତ୍ରରେ ସୈନିକ ମାନେ କିଭଳି ଦେଶର ସୁରକ୍ଷା କରନ୍ତି ଏହାକୁ ଦୃଷ୍ଟିରେ ରଖି ବିଜେଡି ଅପରେସନ ସିନ୍ଦୁରକୁ ସମର୍ଥନ ଜଣାଇଛି ବୋଲି କହିଛି ବିଜେଡି ।

ସେପଟେ ବିଜେପି କିନ୍ତୁ ବିଜେଡ଼ିର ଭୂମିକାକୁ ପ୍ରଶଂସା କରିଛି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଦେଶର ସୁରକ୍ଷାକୁ ନେଇ ରାଜନୀତି କରିବା କଥା ନୁହେଁ । ସାରା ବିଶ୍ଵ ଅପରେସନ ସିନ୍ଦୂରକୁ ନେଇ ମୋଦିଙ୍କୁ ପ୍ରଶଂସା କରିଛି । ଭାରତର ସ୍ଥାନ ବହୁ ଉଚ୍ଚକୁ ଯାଇଛି । କଂଗ୍ରେସର ବର୍ତ୍ତମାନ ରାଜ୍ୟରେ ସ୍ଥିତି ଠିକ୍ ନାହିଁ । ବିଜେଡ଼ି ପାଇଁ ଓଡ଼ିଶାରେ କଂଗ୍ରେସ ଧ୍ଵଂସ ହୋଇଯାଇଛି । ସେଥିପାଇଁ ବିଜେଡ଼ି ଉପରେ କଂଗ୍ରେସର ରାଗ ବୋଲି ସେ କହିଛନ୍ତି ।

  • Garvita Odia

    Related Posts

    ବିଜେପି ଅଫିସରେ ପ୍ରୟାସକାନ୍ତି

    ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନିଜ ସହଯୋଗୀଙ୍କ ସହ ଦେଖିବାକୁ ମିଳିଛି । ଗତ ମେ ମାସରେ ପ୍ରୟାସକାନ୍ତି ବିଜେଡି ଛାଡ଼ିଥିବାରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି…

    ଓଡ଼ିଶାକୁ କେନ୍ଦ୍ରୀୟ ସମବାୟ ଅନୁଦାନ ନଗଣ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ ମାନସ ମଙ୍ଗରାଜ

    ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ସମବାୟ ସମିତି, ଏହାର କାର୍ୟ୍ୟକାରିତା ଓ ସଦସ୍ୟଙ୍କ ସଂଖ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ମୋଟ ଉପରେ କେତେ ଗୋଟି ଓ କେଉଁ ପ୍ରକାରର ପଞ୍ଜିକୃତ ସମବାୟ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ