କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ମହିଳା ମୋର୍ଚ୍ଚା: କଂଗ୍ରେସ

ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ୟାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି । ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି । କିନ୍ତୁ ଘୋର ଆଶ୍ଚର୍ୟ୍ୟର କଥା ବିଜେପି ମହିଳା ମୋର୍ଚ୍ଚା ଏସବୁ ନିର୍ୟାତନା ଘଟଣାରେ କୁଆଡ଼େ ଲୁଚିକିଥିଲେ । ବର୍ତ୍ତମାନ ନାରୀ ନ୍ୟାୟ ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି । ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ । ବିଜେପି ମହିଳା ମୋର୍ଚ୍ଚାର ଐଶ୍ଚର୍ୟ୍ୟା ବିଶ୍ୱାଳଙ୍କ ଟିପ୍ପଣୀ ଯେତିକି ଲଜ୍ଜାଜନକ ସେତିକି ହାସ୍ୟାସ୍ପଦ ମଧ୍ୟ । ବାଇଁଆ ଜେନା ପ୍ରସଙ୍ଗରେ ନିଜ ସରକାରକୁ ଘେରିବା ଛାଡ଼ି କଂଗ୍ରେସକୁ ପ୍ରଶ୍ନ ପଚାରୁଛି । ବାଇଁଆକୁ ନିଜ ଦଳର ଜ୍ୱାଇଁ ପୁଅ କରିଛ । ଅଧିକାଂଶ ନେତାଙ୍କ ସହ ତାର ସମ୍ପର୍କ । ବାଇଁଆ ଗତ ନିର୍ବାଚନରେ କାହାପାଇଁ ପ୍ରଚାର କରୁଥିଲା ନିଜକୁ ପଚାରି ଦେଖ ।
ମୁଖପାତ୍ର ମନିଷା ଦାସ ପଟ୍ଟନାୟକ କହିଲେ ଯେ ଆମେ ଆଜି କିଛି ଚୂଡ଼ି ନେଇକି ଆସିଛୁ । କାରଣ ଚୂଡ଼ି ପିନ୍ଧିବା କେତେଯେ କଷ୍ଟ ସେମାନେ ହୃଦୟଙ୍ଗମ କରନ୍ତୁ ବୋଲି ଆଣିଛୁ । ସେମାନେ ଯଦି ଏହି କଷ୍ଟ ଜାଣିଥାନ୍ତେ ତେବେ ସେମାନେ ରାଜ୍ୟରେ ଘଟୁଥିବା ନାରୀ ନିର୍ୟାତନା ଘଟଣାବେଳେ ଆଗକୁ ଆସିଥାନ୍ତେ, ଲୁଚି ନଥାନ୍ତେ । ବୋଧହୁଏ ବିଜେପି ମହିଳା ମୋର୍ଚ୍ଚା ନିଜ ସରକାରଙ୍କ ଉପରେ ଭରଷା ନାହିଁ ସେଥିପାଇଁ ରାଜରାସ୍ତାରେ ଆସି ହାସ୍ୟାସ୍ପଦ ବିରୋଧ ପ୍ରଦର୍ଶନ କରୁଛନ୍ତି । ମୁଖପାତ୍ର ଜୟଶ୍ରୀ ପାତ୍ର ତାଙ୍କ ବିବୃତିରେ କହିଲେ ଯେ ତୁମ ଦଳ ସରକାରରେ ଅଛି ଏବଂ ତୁମେ ରାଜରାସ୍ତାରେ ଚିତ୍କାର କରୁଛ ଏହା ଆଶ୍ଚର୍ୟ୍ୟକର ନୁହେଁକି? କେଉଁ ଅଭିଯୁକ୍ତକୁ ଗିରଫ କରାଯିବ ଏବଂ କାହାକୁ ଅନୁକମ୍ପାମୂଳକ ସୁରକ୍ଷା ଦିଆଯିବ ସରକାର ନିଜ ଆତ୍ମିୟସ୍ୱଜନ ବିଚାର କରୁଛନ୍ତି । ଏହା ପ୍ରକୃତରେ ଲୋକଙ୍କ ସରକାର ନା କିଛି ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି । ଠିକ ସେମିତି ମୁଖପାତ୍ର ଝୁନା କୁମାରୀ ବିଜେପି କେତେ ନିଚ୍ଚ ଏବଂ ଅସହିଂଶୁ ତା’ର ଉଦାହାରଣ ଦେଖିବାକୁ ମିଳିଲା ବାଣୀବିହାର ଠାରେ । ସେଥାରେ ଥିବା ବିଜେପି ପୋଷ୍ଟର ନିଖୁଣ ଥିବା ବେଳେ ପାଖରେ ଲଗାଯାଇଥିବା ସୌମ୍ୟାଶ୍ରୀର ଶ୍ରଦ୍ଧାଞ୍ଜଳି ପୋଷ୍ଟର ଚିରାଯିବା ଘଟଣା ଏଥିରୁ ଜଣାପଡ଼ୁଛି ନାରୀ ନିର୍ୟାତନା ପାଇଁ ଏମାନେ କେତେ ବ୍ୟଥିତ । ମୁଖପାତ୍ର ମଧୁସ୍ମିତା କହିଲେ ବର୍ତ୍ତମାନ ରାଜ୍ୟର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଜାଣିଲେଣି । ଦୁଷ୍କର୍ମ, ନିର୍ୟାତନା ଘଟଣା ଗୁଡ଼ାକୁ ଆଉ ଘଂଟ ଘୋଡ଼ଇ ସରକାର ରଖିପାରିବେ ନାହିଁ । ମୁଖପାତ୍ର ମଧୁସ୍ମିତା ଆଚାର୍ୟ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ମୁଖପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ