ଅଫିସର ସୁରକ୍ଷିତ ଥିଲେ ଆଜି ପ୍ରତିବାଦ କରି ନଥାନ୍ତେ: ପ୍ରମିଳା

ଭୁବନେଶ୍ବର: ବିଏମସି ଅଫିସରେ ବିଜେପି କର୍ମୀ ପଶି ନିଜ ହିସାବରେ କାମ କରିବାକୁ କହୁଛନ୍ତି। ନିୟମ ବାହାରକୁ ଯାଇ କାମ କରିବାକୁ ଚାପ ପକାଉଛନ୍ତି । ବିଏମସି ଅଫିସରେ ଅଧିକାରୀ ସୁରକ୍ଷିତ ନୁହନ୍ତି ।ଲୋକସେବା ଭବନ ଓ ନିର୍ଦ୍ଦେଶାଳୟରେ ବି ସରକାରୀ ଅଧିକାରୀ ସୁରକ୍ଷିତ ନୁହନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି।
ଅଫିସର ସୁରକ୍ଷିତ ଥିଲେ ଆଜି ପ୍ରତିବାଦ କରି ନଥାନ୍ତେ। ସରକାର ଗୁଣ୍ଡରାଜ ଚଳାଇଛନ୍ତି। ଅଚଳାବସ୍ଥା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କାହିଁକି ମୁଖ୍ୟ ଚକ୍ରାନ୍ତକାରୀଙ୍କୁ ଗିରଫ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।
ନିଜ ନିଷ୍ପତିରେ ସରକାର ଚାଲୁନି। ଦିଲ୍ଲୀ ନିର୍ଦ୍ଦେଶରେ ସରକାର ଚାଲୁଛି। ସେଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ନିଜ ପଦ ପଦବୀ ଉପରେ ଆଞ୍ଚ ଆସିବ ଭାବି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଉପରେ ସରକାର କାର୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି।ନବୀନ ପଟ୍ଟନାୟକ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଉଥିଲେ। ବିଧାୟକ ହୁଅନ୍ତୁ କି ମନ୍ତ୍ରୀ ସମସ୍ତଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେଉଥିଲା। ଏମାନେ ଏବେ ନିଜେ ନିଷ୍ପତି ନେଇ ପାରୁନାହାନ୍ତି ବୋଲି ପ୍ରମିଳା କହିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ