ଆଇଟିଡିଏର ପିଏଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ (ପିଏ) ବିଶ୍ୱଦର୍ଶୀ ସାହୁଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି । ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗରରୁ ୩୬୦୦ ବର୍ଗଫୁଟ୍‌ର ବହୁତଳ କୋଠା, ଲକ୍ଷ୍ମୀସାଗରସ୍ଥିତ ଭଗବାନ୍‌ ଟାୱାର ତୃତୀୟ ମହଲାରେ ୧୫୦୦ ବର୍ଗଫୁଟ୍‌ର ଫ୍ଲାଟ୍‌ ନଂ. ୩୦୪, ୟୁନିଟ୍‌-୩ ଖାରବେଳନଗର ଇଭୋସ୍‌ ଗ୍ୟାଲେକ୍ସିର ଚତୁର୍ଥ ମହଲାରେ ଫ୍ଲାଟ ନଂ.୪୦୨, ବାଲେଶ୍ୱର ଏନ୍‌ଏନ୍‌ ସେନ୍‌ ରୋଡ୍‌ସ୍ଥିତ ସୁକୁମାର ନାୟକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ନଂ.୩୦୨ ଠାବ ହୋଇଛି । ଇଭୋସ୍‌ ଗ୍ୟାଲେକ୍ସିର ଚତୁର୍ଥ ମହଲାରେ ଫ୍ଲାଟ କିଣିବା ନିମନ୍ତେ ଶ୍ରୀ ସାହୁ ୮୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି ।
ସେହିପରି ଯାଜପୁରରେ ସମ୍ପର୍କୀୟଙ୍କ ଘର, ବଣାଇଁସ୍ଥିତ ସରକାରୀ କ୍ୱାର୍ଟର୍ସ ଓ କାର୍ୟ୍ୟାଳୟରେ ଚଢ଼ଉ କରି ଭିଜିଲାନ୍ସ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଭୁବନେଶ୍ୱର ଓ ପୁରୀରେ ଶ୍ରୀ ସାହୁଙ୍କ ୯ଟି ପ୍ଲଟ୍‌ ଠାବ ହୋଇଛି । ୧୫୦ ଗ୍ରାମ୍‌ ସୁନା, ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ଏକ ଦାମୀ କାର୍‌, ୪ ବାଇକ୍‌ ମିଳିଛି । ଗାଡ଼ି ଏବଂ ଗୃହପୋକରଣର ମୂଲ୍ୟ ୨୧ ଲକ୍ଷ ୧୪ ହଜାର ଟଙ୍କା ହେବ । ବ୍ୟାଙ୍କ ଓ ବୀମା ଜମା ବାବଦ ୬୧ ଲକ୍ଷ ୪୨ ହଜାର ଟଙ୍କା ଠାବ ହୋଇଛି । ଶ୍ରୀ ସାହୁଙ୍କ ସ୍ତ୍ରୀଙ୍କ ନାମରେ ଭୁବନେଶ୍ୱର ବାପୁଜୀନଗର ଷ୍ଟେଟ୍‌ ବ୍ୟାଙ୍କରେ ଏକ ଲକର ରହିଛି । ଶ୍ରୀ ସାହୁ କହିଛନ୍ତି, ପରିବାରର ଅନେକ ସଦସ୍ୟ ଚାକିରିଆ । ବ୍ୟବସାୟ ମଧ୍ୟ କରୁଛନ୍ତି ।

  • Garvita Odia

    Related Posts

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଜବାଟି ରୋଡ୍‌ ସ୍ଥିତ ଲୋକାପଡ଼ା ଗାଁରେ ଏକ ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ।ମୃତ ଯୁବତୀଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ। ସେ କିଛିଦିନ ହେବ ଏଠାରେ ରହି ଆଳିରେ…

    ବନ୍ଧା ହେଲେ ରସିକିଆ ଅଧ୍ୟାପକ

    ସମ୍ୱଲପୁର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ଗତ ୧୨ ତାରିଖ ଠାରୁ ରାଜ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧