ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଣାଇ: ସୁନ୍ଦରଗଡ଼ ବଣାଇର ଆଇଟିଡିଏରେ ଥିବା ପ୍ରକଳ୍ପ ଅଧିକାରୀ ଶ୍ରୀ ବିଶ୍ୱଦର୍ଶୀ ସାହୁଙ୍କୁ ଘରେ ଭିଜିଲାନ୍ସ ଚଢ଼ାଉ । ଓଡ଼ିଶାର ୭ଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ଜଜ୍‌ଙ୍କ ଅନୁମତିରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସ ଅଧିକୀରଙ୍କ ସମେତ ଜଣେ ଅତିରିକ୍ତ ଏସ୍‌ପି, ୧୦ ଜଣ ଇନସପେକ୍ଟର ଓ ଅନ୍ୟ ଅଧିକାରୀ ମଧ୍ୟ ସାମିଲ ଥିଲେ । ସୁନ୍ଦରଗଡ଼ରର ବଣାଇ, ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଆଦି ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଶ୍ରୀ ସାହୁଙ୍କର ଭୁବନେଶ୍ୱରର ଓଲ୍ଡ ଟାଉନର ଶ୍ରୀରାମ ନଗରରେ ଥିବା ଦୁଇ ମହଲା କୋଠା, ଲକ୍ଷ୍ମୀନଗରର ଭଗବାନଟାୱାର ଓ ଖାରବେଳନଗରେ ଏକ ଫ୍ଲାଟ୍, ବାଲେଶ୍ୱର ଏସ୍‌ଏନ୍‌ ରୋଡ୍‌ରେ ଥିବା ସୁକୁମାର ନାୟକ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍, ଯାଜପୁର ଟାଉନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଓ ସୁନ୍ଦରଗଡ଼ ବଣାଇସ୍ଥିତ ତାଙ୍କ ସରକାରୀ ଅଫିସ୍ ଓ ସରକାରୀ ଘରେ ଭିିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି ।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍