ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇପିଏସ୍ ଟେନିୟର ପଲିସ(କାର୍ୟ୍ୟକାଳ ନୀତି)ର ପାରା-୬.୫ର ପ୍ରାବଧାନ ଆଧାରରେ ଆଇବିରେ ‘ହାର୍ଡକୋର’ ଭାବେ ୨୦୨୩ ମସିହାରୁ କାର୍ୟ୍ୟ କରୁଥିବା ଶ୍ରୀ ସିଂଙ୍କୁ କେନ୍ଦ୍ର ସରକାର ଫେରାଇ ଦେବା ଏବେ ପାୱାର କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପାଟ୍ରିଏସନ୍ ବା ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ବିଧିବଦ୍ଧ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ, ଆଇବିରେ ଉପନିର୍ଦ୍ଦେଶକ ଭାବେ କାର୍ୟ୍ୟରତ ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ ଅଚାନକ ‘ହାର୍ଡକୋର’ରୁ ବାଦ୍ ଦେଇ ରାଜ୍ୟକୁ ଫେରାଇ ଦିଆଯାଇଛି ।ଶ୍ରୀ ସିଂଙ୍କୁ ଫେରାଇ ଦେବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଯାଇଥିବା ଜଣାପଡ଼ିଛି । ୨୦୨୩ ମସିହା ମାର୍ଚ୍ଚ ମାସରେ ତାଙ୍କୁ ଆଇବି ହାର୍ଡକୋର’ ଟିମରେ ସାମିଲ କରାଯାଇଥିଲା। ଯେଉଁଠାରୁ ସାଧାରଣତଃ କୌଣସି ଅଫିସରଙ୍କୁ ନିଜ ରାଜ୍ୟକୁ ଫେରାଇବା ପାଇଁ ସହଜରେ ଅନୁମତି ମିଳିନଥାଏ।

ଆଇପିଏସ୍ ଶ୍ରୀ ସିଂଙ୍କୁ ନିଜ ଗୃହ କ୍ୟାଡ଼ରକୁ ଫେରାଇ ଦେବା ପାଇଁ କେନ୍ଦ୍ର ସରକାର ଆଇପିଏସ ଟେନିୟର ପଲିସିର ବିଶେଷ ନିୟମ ‘ପାରା ୬.୫’ର ପ୍ରାବଧାନକୁ ଉପଯୋଗ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଆଇବି ‘ହାର୍ଡକୋର’ରେ ସାମିଲ କୌଣସି ଅଫିସରଙ୍କ ବୃତ୍ତିଗତ ଉପଯୋଗିତା ହ୍ରାସ ପରିଲକ୍ଷିତ ହେଲେ କିମ୍ବା କୌଣସି ଗୁରୁତର ପ୍ରଶାସନିକ ସଙ୍କଟ ଉପୁଜିଲେ କେନ୍ଦ୍ର ଗୃହ ସଚିବ, କାର୍ମିକ ସଚିବ ଓ ଆଇବି ନିର୍ଦ୍ଦେଶକଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଆଧାରରେ ସମ୍ପୃକ୍ତ ଅଫିସରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟିର ଅନୁମୋଦନରେ ଗୃହ କ୍ୟାଡ଼ରକୁ ଫେରାଇ ଦିଆଯାଇଥାଏ ।
୨୦୨୩ ମାର୍ଚ୍ଚ ମାସରେ ଶ୍ରୀ ସିଂଙ୍କୁ ଆଇବି ‘ହାର୍ଡକୋର’ରେ ସାମିଲ କରାଯାଇଥିଲା। ହାର୍ଡକୋରରେ ସାମିଲ ହେଉଥିବା ଅଫିସର ସାଧାରଣତଃ ନିଜ କ୍ୟାଡ଼ରକୁ ଫେରିବାର ସମ୍ଭାବନା କ୍ଷୀଣ ଥାଏ। କିନ୍ତୁ ଶ୍ରୀ ସିଂଙ୍କୁ କେନ୍ଦ୍ର ସରକାର ଅଚାନକ ଗୃହ କ୍ୟାଡ଼ରକୁ ଫେରାଇ ଦେବାକୁ ନେଇ ପାୱାର କରିଡ଼ରରେ ନାନାଦି ଚର୍ଚ୍ଚା ଜୋର ଧରିଛି।
ଓଡ଼ିଶା କ୍ୟାଡ଼ର ଆଇପିଏସ୍ ଆଶିଷ ସିଂହଙ୍କୁ ୨୦୨୩ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଆଇବିର ‘ହାର୍ଡ-କୋର’ରେ ସାମିଲ କରିଥିଲେ। ସେହି ସମୟରେ ସମଗ୍ର ଦେଶର ୧୦ଜଣ ବରିଷ୍ଠ ଆଇପିଏସଙ୍କୁ ଆଇବିରେ ଏହି ସମ୍ମାନଜନକ ହାର୍ଡ-କୋର ଟିମରେ ସ୍ଥାନ ମିଳିଥିଲା। ମାତ୍ର ବର୍ତ୍ତମାନର ଏହି ନିର୍ଦ୍ଦେଶନାମା ପରେ ତାଙ୍କର ଆଇବି କ୍ୟାରିୟରରେ ନୂଆମୋଡ଼ ଆସିଛି ଓ ତାଙ୍କୁ ଏପ୍ରିଲ ୯ତାରିଖ ଅପରାହ୍ନରୁ ତତ୍କାଳ ପ୍ରଭାବରୁ ଓଡ଼ିଶାକୁ ଫେରାଇ ଦିଆଯାଇଛି।

ତେବେ ସେ ଓଡ଼ିଶା ଫେରିବା ପରେ ତାଙ୍କୁ ରାଜ୍ୟ ସରକାର ଓଡ଼ିଶା ପୁଲିସରେ କେଉଁ ଦାୟିତ୍ୱ ନ୍ୟସ୍ତ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

  • Related Posts

    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading
    କ୍ୟାବିନେଟ: ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ୱ

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ