
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଉପସ୍ଥାପିତ ହୋଇଛି ଅନଲାଇନ ଗେମିଂ ବିଲ-୨୦୨୫ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଲକୁ ଉପସ୍ଥାପନ କରିଛନ୍ତି । ଏହି ବିଲ ମାଧ୍ୟମରେ ବେଟିଂ ସହ ଜଡ଼ିତ ଅନଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପକ୍ଷରେ ବୁଧବାର ବିଜେପି ପକ୍ଷରୁ ହ୍ୱିପ ଜାରି କରାଯାଇଛି । ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି ଏହି ହ୍ୱିପ ଜାରି କରିଛି । ସମସ୍ତ ଦଳୀୟ ସାଂସଦମାନଙ୍କୁ ଲୋକସଭାରେ ଉପସ୍ଥିତ ରହିବାକୁ ଆଜି ଦଳ ହ୍ୱିପ ଜାରି କରିଛି । ଗୁରୁତ୍ୱପୂର୍ଣ୍ଣ ସଂସଦୟ କାର୍ଯ୍ୟ ଥିବାରୁ ଏଭଳି ହ୍ୱିପ ଜାରି କରାଯାଇଛି ।




