ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜିଠୁ ଆରମ୍ଭ ହେବ। ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ। ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ। କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

ସେହିଭଳି ମୂଲ୍ୟାୟନ କେନ୍ଦ୍ରରେ ମୌଳିକ ସୁବିଧା ସହ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି। ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ଏଥିପାଇଁ ବୋର୍ଡ ଦ୍ବାରା ମୋଟ ୩, ୦୮୨ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଗତ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ପାଖାପାଖି ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇ ବୋର୍ଡ ପକ୍ଷରୁ ଯୋଜନା ରହିଛି।

  • Related Posts

    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading
    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ