
ପୁରୀ: ଆଜିଠୁ ଶ୍ରୀକ୍ଷେତ୍ରରେ ପିତୃପକ୍ଷ ଆରମ୍ଭ ହୋଇଛି। ପିତୃପୁରୁଷଙ୍କୁ ତିଳତର୍ପଣ ପାଇଁ ବିଭିନ୍ନ ତୀର୍ଥପୁଷ୍କରିଣୀରେ ଭିଡ଼ ଲାଗିଛି । ହିନ୍ଦୁ ପରମ୍ପରା ଅନୁଯାଇ ମୁଖ୍ୟତଃ ପରିବାରର ଜ୍ୟେଷ୍ଠ ପୁତ୍ରମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ଲୋକେ ତିନିପୁରୁଷଙ୍କୁ ତିଳତର୍ପଣ ଦେଇ ସନ୍ତୁଷ୍ଟ କରିବେ । ୧୫ ଦିନଧରି ପିତୃପକ୍ଷ ପାଳନ ହେବ । ଯେଉଁମାନେ ତିଥି ଅନୁସାରେ ତିଳ ତର୍ପଣ କରି ନପାରନ୍ତି ସେମାନେ ମହାଳୟାରେ ତର୍ପଣ କରିବାର ବିଧି ରହିଥିବା କୁହାଯାଏ ।



