
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଗସ୍ତରେ ଆସି ଭୂଇଁପୁର ଶିଳ୍ପାଞ୍ଚଳରେ ଅନେକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଗୁନିଆକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ରସ୍ତ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭୂଇଁପୁର ଶିଳ୍ପାଞ୍ଚଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନେକ ଗୁଡ଼ିଏ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପୂରା ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ବେଗୁନିଆର ଭୂଇଁପୁର ଶିଳ୍ପାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କିଭଳି ଶୃଙ୍ଖଳିତ ଭାବେ ଶେଷ ହେବ ଏଥିପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ବୈଠକ କରିଥିଲେ ଜିଲ୍ଲାପାଳ ।
ହେଲିପ୍ୟାଡ ଠାରୁ ଆରମ୍ଭ କରି ମିଟିଂ ସ୍ଥାନ ପର୍ଯ୍ୟନ୍ତ ସବୁ ନିଜେ ବୁଲିବୁଲି ଦେଖିଛନ୍ତି ଜିଲ୍ଲାପାଳ ସହ ଏସପି । ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଏକ ପ୍ରକାର ଶେଷ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମକୁ ଦେଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳ ଭୂଇଁପୁର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରିବା ସହ କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କାର୍ଯ୍ୟକ୍ରମ ହେବ ତର୍ଜମା କରିଛନ୍ତି । ସେହିପରି ଖୋର୍ଦ୍ଧା ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିପରି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବ୍ୟାପକ ପୋଲିସ ମୁତୟନ ହେବା ସହ ଶୃଙ୍ଖଳିତ ଭାବେ ସମାପନ ହେବ ତାକୁ ନେଇ ବୈଠକ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି, ‘ଆଜି ମୁଖ୍ୟମନ୍ତ୍ରୀ ଗସ୍ତ ରହିବା ସହ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଖୋର୍ଦ୍ଧା ଜିଲ୍ଲାର ଅନେକ ପ୍ରକଳ୍ପ ଉଦଘାଟନ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀ ସହ ଘଟଣାର ଅନୁଧ୍ୟାନ କରାଯାଉଛି । ହେଲିପ୍ୟାଡରୁ ସଭାସ୍ଥଳ ସାଧାରଣ ଲୋକଙ୍କ ଶୃଙ୍ଖଳିତ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ ସେ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି ।’ କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚହଜାର ଲୋକଙ୍କ ସମାଗମ ହେବ ବୋଲି ସେ କହିଛନ୍ତି ।
ସେହିପରି ଖୋର୍ଦ୍ଧା ଏସପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ 4 ଜଣ ଅତିରିକ୍ତ ଏସପି 4ଜଣ ଡିଏସପି ,19ଜଣ ଇନ୍ସପେକ୍ଟର, 54 ଜଣ ସବ ଇନ୍ସପେକ୍ଟର 13 ପ୍ଲାଟୁନ ପୋଲିସ ଫୋର୍ସ 300ହୋମ ଗାର୍ଡ ନିୟୋଜିତ କରାଯିବ । ଏଥିସହ ସନ୍ଧାନୀ କୁକୁର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।’ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଜିଲ୍ଲା ପୋଲିସ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ସେ କହିଛନ୍ତି ।




