ଆଜି ଆନନ୍ଦପୁର ଯିବେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ଆଜି ଆନନ୍ଦପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ଦୀର୍ଘ ୯ ମାସ ଶାସନ କାଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଏହା ତାଙ୍କର ପ୍ରଥମ ଗସ୍ତ । ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆନନ୍ଦପୁର ଷ୍ଟାଡିୟମ୍‌ ପରିସରରେ ହେଲିପ୍ୟାଡର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟାଡିୟମରେ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ମହାବିଦ୍ୟାଳୟକୁ ପାଛୋଟି ନେବାର କାର୍ୟ୍ୟକ୍ରମ ରହିଛି । ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ପ୍ରଦାନ କିରବା ପରେ ଆନନ୍ଦପୁରରେ ହୋଇଥିବା କେତେକ ନିର୍ମାଣ କାର୍ୟ୍ୟର ଶୁଭଉଦ୍‌ଘାଟନ କିରିବାର କାର୍ୟ୍ୟକ୍ରମ ରହିଛି ।

ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟର ଏକ ନୂତନ ଗୃହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚ୍ଚୁଆଲି ଉଦ୍‌ଘାଟିତ ହେବାର କାର୍ୟ୍ୟକ୍ରମ ରହିଛି । ଏହା ସହିତ ବିଏନ୍‌ ହାଇସ୍କୁଲ ନିକଟରେ ନବନିର୍ମିତ ବ୍ଲକସ୍ତରୀୟ ଲାଇବ୍ରେରୀ, ମହାବିଦ୍ୟାଳୟର ଟିଆରଡବ୍ଲ୍ୟୁ ଛାତ୍ରାବାସ ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାର କାର୍ୟ୍ୟକ୍ରମ ରହିଛି । ଏପରିକି ସର୍ବପୁରାତନ ଶିକ୍ଷାନୁଷ୍ଠାନ ବିଏନ୍‌ ହାଇସ୍କୁଲର ନୂତନ ଛାତ୍ରାବାସର ଶିଳାନ୍ୟାସ ପର୍ବ ହେବାର କାର୍ୟ୍ୟକ୍ରମ ରହିଛି । ଆନନ୍ଦପୁର ମହାବିଦ୍ୟାଳୟ ଖେଳପଡିଆରେ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଆନନ୍ଦପୁର ପ୍ରଶାସନିକ ସ୍ତରରେ ସମସ୍ତ ବିଧି ବ୍ୟବସ୍ଥା ଉପରେ ନଜର ରଖାଯାଇଥିବାବେଳେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱରେ ରହିଛନ୍ତି ।

  • Related Posts

    ସରିଲା ବାହାର ରତ୍ନଭଣ୍ଡାର ଗଣତି

    ପୁରୀ:ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ୟ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ମେଳକ କରାଯାଇଥିଲା। ସେତେବେଳେ ୧୧୮ ପ୍ରକାର ଅଳଙ୍କାର ଥିବାବେଳେ ଏବେ ତାହା ୧୪୭ରେ ପହଞ୍ଚିଛି । ମୁଖ୍ୟ…

    Continue reading
    ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ

    ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ସୋମବାରଠାରୁ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ