
ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପିର ବିଜୟ ପାଇଁ ଖୁସି ବ୍ୟକ୍ତ କରିବା ସହ ନବୀନଙ୍କ ବୟାନର କଡ଼ା ଉତ୍ତର ରଖିଛନ୍ତି।
ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କର ବିଜୟ ହୋଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ରଖିଛନ୍ତି। ଦଳର ବିଜୟ ପାଇଁ ଖୁସି ବ୍ୟକ୍ତ କରିବା ସହ ନବୀନଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ। ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ ସଫଳତା ନୁହେଁ, ବରଂ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଜନନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀ ମାର୍ଗଦର୍ଶନର ପ୍ରତିଫଳନ। ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ଦିଗରେ ବଢ଼ିବା ପାଇଁ ରାଜ୍ୟସଭା ନିର୍ବାଚନରେ ତିନି ଜଣ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ ସାଂସଦ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ସହ ମୋଦୀଜୀଙ୍କ ‘ବିକଶିତ ଭାରତ’ ଅଭିଯାନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି। ରାଜ୍ୟସଭାରେ ଓଡିଶାର ସ୍ୱର ଆହୁରି ଶାଣୀତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



