ଆଜି କଂଗ୍ରେସର ବିଧାନସଭା ଘେରାଉ

ଭୁବନେଶ୍ବର : ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ତିକ୍ତତା ବଢିଚାଲିଛି। ବିଶୃଙ୍ଖଳିତ ଆଚରଣ ପାଇଁ ମଙ୍ଗଳବାର ବାଚସ୍ପତି ସୁରମା ପାଢୀ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ୭ଦିନ ପାଇଁ ନିଲମ୍ବିତ କରିଥିବାବେଳେ ବୁଧବାର ସମାନ ଆଚରଣ ସକାଶେ ଅବଶିଷ୍ଟ ୨ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ୭ଦିନ ପର୍ୟ୍ୟନ୍ତ ନିଲମ୍ବିତ କରିଛନ୍ତି। ବିଧାୟକ ଶ୍ରୀ ବାହିନୀପତି ଦ୍ବିତୀୟ ଥର ପାଇଁ ନିଲମ୍ବିତ ହୋଇଛନ୍ତି। ମୋଟ ୧୪ ସଦସ୍ୟଙ୍କ ନିଲମ୍ବନ ପରେ ବଜେଟ ଅଧିବେଶନର ପରବର୍ତ୍ତୀ କାର୍ୟ୍ୟ ଦିବସ ଗୁଡିକରେ ଗୃହରେ କଂଗ୍ରେସ ପ୍ରତିନିଧିତ୍ବ ଶୂନ୍ୟ ହେବା ସ୍ପଷ୍ଟ ହୋଇଛି। ଏଣେ କଂଗ୍ରେସ ବିଧାନସଭା ଘେରଉ ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଏହାକୁ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରାଫିକ୍‌ କଟକଣା ସହ ସହରର ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ରାଜଧାନୀରେ ୧୦ ପ୍ଲାଟୁନ୍‌ ମହିଳା ପୁଲିସ ସହ ମୋଟ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇନ ଉଲ୍ଲଙ୍ଘନ କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଜି ଛକ, ଲୋକସେବା ଭବନ ଫାଟକ, ବିଧାନସଭାର ୪ଟି ଫାଟକ, ରବୀନ୍ଦ୍ର ମଣ୍ଡପ ଛକ, ସୂଚନା ଓ ଲୋକସମ୍ପର୍କ ବିଭାଗ ଛକ, ଲୋୟର ପିଏମ୍‌ଜି ଓ ମାଷ୍ଟରକ୍ୟାଣ୍ଟିନ ଛକରେ ପୁଲିସ ମୁତୟନ ରହିବେ। ଶାନ୍ତି ବଜାୟ ରଖି ଆନ୍ଦୋଳନ କରିବା ଲାଗି ପୁଲିସ ଉପାୟୁକ୍ତ ଜଗମୋହନ ମୀନା ଅନୁରୋଧ କରିଛନ୍ତି। ଆନ୍ଦୋଳନକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କରାଯାଇଛି। ରାଜମହଲ ଛକରୁ ରୁପାଲି ଛକ ଯାଏଁ କଟକଣା ରହିଛି। ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ଏହି ସମୟ ମଧ୍ୟରେ ଉକ୍ତ ରାସ୍ତା ବଦଳରେ ଅନ୍ୟ ରାସ୍ତା ବ୍ୟବହାର କରିବାକୁ ରାଜଧାନୀବାସୀଙ୍କୁ ପୁଲିସ ଅନୁରୋଧ କରିଛି।

  • Related Posts

    ଦିଲ୍ଲୀରୁ ଫେରିଲେ ମନମୋହନ, ବିମାନବନ୍ଦରରେ ବିପୁଳ ସ୍ବାଗତ

    ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି। ପାରମ୍ପରିକ ଢୋଲ, ବାଜା ବଜାଇ…

    Continue reading
    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ